ସମସ୍ତଙ୍କ ପାଇଁ ପିଏମଏୱାୟୀ ସୁବିଧା ସୁନିଶ୍ଚିତ ହେବ, ଜିଲ୍ଲପାଳ ରାୟଗଡ:ସିଧାସଳଖ ଲୋକଙ୍କ ପାଖକୁ ପହଞ୍ଚିବା ସହ ତାଙ୍କ ସାଥେ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ I ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ବିଷମକଟକ ପରିଦର୍ଶନ କରିଥିଲେ। ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧା ସଳଖ କଥାବାର୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା I ଏଥିପୂର୍ବରୁ ଏଭଳି ବସ୍ତିକୁ ପ୍ରବେଶ କରିବାକୁ ମଧ୍ୟ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି Iତାଙ୍କ ଏହି ଗସ୍ତ ବେଳେ, ଶ୍ରୀମତୀ ପାଟୱାରୀ ସାନ ସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧ ମହିଳାଙ୍କୁ ସାକ୍ଷାତ କରିଥିଲେ I ଯିଏ ଦଦରା କୁଡ଼ିଆ ରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ। ଏକ ପ୍ରେରଣାଦାୟକ ପଦକ୍ଷେପ ଭାବେ ଶ୍ରୀମତୀ ପାଟୱାରୀ ମଧ୍ୟ ତାଙ୍କ ପ୍ରଶାସନର ଯୁବ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅସହାୟଙ୍କ ସକ୍ରିୟ ପଦକ୍ଷେପ ପାଇଁ ଉତ୍ସାହିତ କରିଥିଲେ। ଏଥି ସହ ବସ୍ତିରେ ବସବାସ କରୁଥିବା ଲୋକଙ୍କ ପାନୀୟ ଜଳ, ରାସ୍ତାଘାଟ, ଆଲୋକୀକରଣ ଭଳି ମୌଳିକ ସୁବିଧା ର ଅଭାବ ଓ ଭୟଙ୍କର ଜୀବନ ଅବସ୍ଥା ଦେଖି ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ I ଏହି ଅବସରରେ ଯେପରି କୌଣସି ଯୋଗ୍ୟ ଆବେଦନକାରୀ ଏଥିରୁ ବଞ୍ଚିତ ହେବେ ନାହିଁ, ‘ପିଏମଏୱାୟୀ’ ଯୋଜନାର ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ ଜିଲ୍ଲପାଳ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସୂଚନା ରହିଛିI ଜିଲ୍ଲାପାଳଙ୍କ ସର୍ଭେ ରେ ଯୋଗଦାନ ଓ ପରିଦର୍ଶନ କେବଳ ଏକ କ୍ଷୀଣସ୍ଥାୟୀ ଆଶା ନୁହେଁ ବରଂ ଉତ୍ତରଦାୟୀତ୍ବ ଏବଂ ପ୍ରତିକ୍ରିୟାଶୀଳ ଶାସନ ଆଡକୁ ଏକ ପରିବର୍ତ୍ତନକୁ ସୂଚିତ କରୁଥିବା ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି I “ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଏବଂ ଜିଲ୍ଲାର ପ୍ରତ୍ୟକ କୋଣ ଅନୁକୋଣର ଲୋକଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ନିରନ୍ତର କାର୍ଯ୍ୟ କରିବ” ବୋଲି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି I ଜିଲ୍ଲାପାଳ ଙ୍କ ଏହି ଅଚାନକ ଗସ୍ତ ଆଶ୍ଚର୍ଯ୍ୟଜନକ ଭାବେ ଏକ ବିଶାଳ ଜନତାଙ୍କୁ ଆକର୍ଷିତ କରିଥିଲା ବେଳେ ବହୁ ବସ୍ତି ବାସିନ୍ଦା, ଯେଉଁମାନେ ଉପଯୁକ୍ତ ଗୃହ ବିନା ବର୍ଷ ବର୍ଷ ଧରି ସଂଘର୍ଷ କରିଆସୁଛନ୍ତି, ଏହି ଗସ୍ତ ପରେ ସେମାନଙ୍କ ମଧ୍ୟରେ ନୂତନ ଆଶା ଉଦ୍ଜୀବିତ ହୋଇଥିବା କୁହାଯାଉଛିI ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରୋ-ପିପୁଲ୍ ଗଭର୍ନାନ୍ସ ର ଏକ ଉଦାହରଣ ବୋଲି ବିଷମକଟକର ଭାଜପା ନେତୃତ୍ୱମଣ୍ଡଳୀ ପ୍ରକାଶ କରିଥିବା ବେଳେ ବିଷମକଟକ ବିଡ଼ିଓ ସଦାଶିବ ନାୟକ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଦାୟତ୍ୱରେ ଥିବା ଝରଣା ତ୍ରିପାଠୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଜିଲାପାଳଙ୍କ ଗସ୍ତ ବେଳେ ଉପସ୍ଥିତ ରହିଥିଲେ ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ
ଖଡ଼ିଆଳ ଠାରେ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ, ନନ୍ଦଳାଲ କଟା ନାମକ, ୨୬ ବର୍ଷ ଯୁବ ଗାଡ଼ି ଚାଲକ ମୃତ୍ୟୁ ନୂଆପଡା :୩୧.୦୫. ( ଓମ୍ ପ୍ରକାଶ…

ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ ।
ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ । ଆର,ଉଦୟଗିରି(ମନୋଜ କୁମାର ପାଢୀ) –…

ବାପାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଗୁପ୍ତଧନ ମିଳିଛି।
ବାପାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଗୁପ୍ତଧନ ମିଳିଛି। ଏହା କାହାଣୀ ଭଳି ମନେ ହେଉଥିଲେ ମଧ୍ୟ ଏକ ସତ ଘଟଣା। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ…