ସମନ୍ବୟ ଏବଂ ସାମୁଦାୟିକ ଅଂଶଗ୍ରହଣ ମାଧ୍ୟମରେ ସ୍ଥାନୀୟ ପ୍ରଶାସନକୁ ସୁଦୃଡ କରିବା ସକାସେ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଆର,ଉଦୟଗିରି ବ୍ଳକ ଅଧିନସ୍ଥ ସଦର ମହକୁମା ଆର,ଉଦୟଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ କରାଯାଇଥିଲା । ସ୍ଥାନୀୟ ବିଡିଓ ଲରିମନ ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରପଞ୍ଚ ଜାମେଶ ରାଇକାଙ୍କ ଅଧ୍ୟକ୍ଷତାରେ ଏହି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାସ୍ବେ କମିଶନର ଶ୍ରୀମତୀ ପାର୍ବତୀ ମଜଂରୀ ମହାଲିକ ଯୋଗଦେଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜନ ସାଧାରଣଙ୍କ ସାମ୍ବହିକ ବିକାଶ ନିମନ୍ତେ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ସମସ୍ତକୁ ପରାମର୍ଶ ଦେଇଥିଲେ । ଆଜିର ସମନ୍ବୟ ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଶୁ ପାଳନ, ଆଇସିଡିଏସ, ଜିବିକା ମିଶନ ଓ ଉନ୍ୟାନ ବିଭାଗ ଆଦି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଯୋଜନା ସମନ୍ଧରେ ଆଲୋଚନା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରାମ ପଞ୍ଚାୟତ , ବ୍ଳକ, ତହସିଲି, କୃଷି, ଉଦ୍ୟାନ ଓ ଜଙ୍ଗଲ ଆଦି ବିଭାଗ ମାନଙ୍କ ସହ ସମନ୍ବୟ ରକ୍ଷା କରିବା ନିମନ୍ତେ ମାର୍ଗଦର୍ଶକ କରିଥିଲେ । ଏହା ବ୍ୟତୀତ ବିଇଓ ବିରେନ୍ଦ୍ର ମଣ୍ଡଳ,ବ୍ରହ୍ମପୁର ଆଡିସି ସମିକ୍ଷକ ଜଗନ୍ନାଥ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ, ଜିପିଇଓ ଦାମଦର ରେଡି, ବିପିଏମ୍, ଏମଆଇ ଓ ସିଆରସିସି ଅଦି ଅଧିକାରୀ ମାନେ ଏହି ସମନ୍ବୟ ବୈଠକରେ ନିଜ ନିଜ ଯୋଜନା ଗୁଡିକ ସମନ୍ଧରେ ଉପସ୍ଥାପନ କରିଥିଲେ । ସାମହିକ ଭାବେ ସର୍ବ ସାଧାରଣଙ୍କ ଦ୍ବାରା ନିକଟରେ ସରକାରଙ୍କ ଯୋଜନା ପହଞ୍ଚିବା ଏହି ସମନ୍ବୟ ବୈଠକର ଉବ୍ଦେଶ ଥିଲା । ଏହି ବୈଠକକୁ ସ୍ଥାନୀୟ ପଞ୍ଚାୟତ ପିଇଓ ରବିନ୍ଦ୍ର ପାତ୍ର ପରିଚାଳନା କରିବା ସହ ସେଷରେ ଧନ୍ୟବାଦ ଦେଇଥିଲେ ।
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୯/୧୨/୨୪ପାରଳାଖେମଣ୍ଡି,ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…
ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ ।
ଭୁବନେଶ୍ୱର:ଆସନ୍ତା ୨୭ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ହେବ । ରାଜ୍ୟରେ କ୍ଷମତାକୁ ଆସିବାର ପ୍ରାୟ ସାଢ଼େ ୩ମାସ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ନିଜର…
ନୁଆ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନ କଲେ ଏସ୍ପି ଗଞ୍ଜେଇ ଚାଷ ବନ୍ଦ ନହେଲେ ସଂପୃକ୍ତ ପଞ୍ଚାୟତ ପ୍ରତିନୀଧି ବି ଦାୟୀ ରହିବେ
ନୁଆ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନ କଲେ ଏସ୍ପି ଗଞ୍ଜେଇ ଚାଷ ବନ୍ଦ ନହେଲେ ସଂପୃକ୍ତ ପଞ୍ଚାୟତ ପ୍ରତିନୀଧି ବି ଦାୟୀ ରହିବେ ଆର,ଉଦୟଗିରି(ମନୋଜ କୁମାର…