ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରଥରେ ଶୁଭାରମ୍ଭ କଲେ ଜିଲ୍ଲାପାଳ ରାୟଗଡ:-ତା. ୦୧/୦୧-(ପ୍ରଫୁଲ କୁମାର ବେହେରା)ଆଜି ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟାୱରୀ ସଡ଼କ ସୁରକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଜାନୁଆରୀ ଆଜି ଠାରୁ ଜାନୁଆରୀ ଆସନ୍ତା ତା.୭ରିଖ ଯାଏଁ ଜିଲ୍ଲାରେ ପାଳନ କରାଯିବ l ଏହି ରଥ ଜିଲ୍ଲାର ପ୍ରମୁଖ ସ୍ଥାନକୁ ଯାଇ ସଚେତନତା କରିବ l ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଙ୍କ ତତ୍ୱାବଧାନରେ ଜିଲ୍ଲାରେ ଯାଞ୍ଚ କରାଯିବ l ଜିଲ୍ଲାର ବିଭିନ୍ନ ସଙ୍ଘଠନକୁ ସାମିଲ କରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସଚେତନତା କରାଯିବ l ଯଥା ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ,ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘ କୁ ସାମିଲ କରାଯିବ l ସ୍ଥାନୀୟ ପୋଲିସ ଓ ଅlଞ୍ଚଳିକ ପରିବହନ ଅଧିକାରୀଙ୍କ କର୍ମଚାରୀ ମିଳିତ ଭାବରେ ଚଢ଼ାଉ କରାଯିବ ଏବଂ ସଚେତନ କରାଯିବ ବିଶେଷକରି ହେଲମେଟ ବ୍ୟବହାର, ଦ୍ରୁତ ଗତିରେ ନଚଳାଇବା, ବିନଲାଇସେନ୍ସରେ ନଚଲlଇବା,କମ ବୟସ ପିଲାଙ୍କୁ ଗାଡ଼ି ନାଚଳାଇବା ପାଇଁ ସଚେତନତା କରିବେ l ଗାଡ଼ି ଚାଳକ ମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ l ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଲୋଗାନ, କ୍ଵିଜ ଓ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରିବେ l ସେହିପରି ମହାବିଦ୍ୟାଳୟ ସ୍ତରରେ ମଧ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ l କୃତୀ ପ୍ରତିଯୋଗୀ ମନଙ୍କୁ ଜିଲ୍ଲାସ୍ତରରେ ଓ ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ l ବିଭିନ୍ନ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ସାଇକେଲ ରାଲି କିମ୍ବା ପlଦଚଲା ପ୍ରତିଯୋଗିତା ଅନୁଷ୍ଠିତ ହେବ l ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡା. ଲାଲମୋହନ ରାଉତରାୟ,ଅlଞ୍ଚଳିକ ପରିବହନ ଅଧିକାରୀ ଶିବାଶଙ୍କର ଚୌଧୁରୀ,ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦେବରାଜ ନାୟକ, ଅଧ୍ୟକ୍ଷା ରାୟଗଡ ମହାବିଦ୍ୟାଳୟ, ଡ଼ଃ ବବିଳତା ସରାଫ, ଏମଭିଆଇ ରାଜଶେଖର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅନ୍ୟାନ୍ୟ ଅଧିକାରୀ, ପରିବହନ କମିଟିର ସଦସ୍ୟ,ବସ ମାଲିକ, ଟ୍ରକ ମାଲିକ, ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l l
Related Posts

ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ କୁ ରାଜ୍ୟସ୍ଥରିୟ ସମ୍ନାନ
ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ କୁ ରାଜ୍ୟସ୍ଥରିୟ ସମ୍ନାନଆର,ଉଦୟଗିରି (ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲାର ନୂଆଗଡ ବ୍ଲକରେ କାର୍ଯ୍ୟରତ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀକୁ କୃଷକମାନଙ୍କର କ୍ଷୁଦ୍ର ଶସ୍ୟ…

– “PM Modi Launches Key Railway Projects in Odisha, Boosting Economic Growth”
Odisha’s Chief Minister, Mohan Charan Majhi, recently visited Rayagada, where Prime Minister Narendra Modi laid the foundation stone for the…

ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି -୧/୯/୨୪—–ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର…