ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ରାୟଗଡ: ଜିଲ୍ଲାରେ ସଡ଼କ ଦୁର୍ଘଟଣା ମାମଲା ହ୍ରାସ କରିବା ନିମନ୍ତେ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଜାନୁଆରୀ ୧ତାରିଖ ଠାରୁ ଜାନୁଆରୀ ୭ତାରିଖ ଯାଏଁ ଜିଲ୍ଲାରେ ପାଳନ କରାଯିବ l ଏହି ସମୟରେ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଓ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଙ୍କ ଅଧ୍ୟକ୍ଷତlରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ସଙ୍ଘଠନକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ବିଭିନ୍ନ ସ୍ଥାନରେ ସଚେତନତା କରାଯିବ l ଯଥା ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ,ଅଟୋ ଆସୋସିଏସନ,ଡ୍ରାଇଭର ମହାସଂଘ କୁ ସାମିଲ କରାଯିବ l ଆସନ୍ତା ୧ ତରଖରେ ଏକ ସଚେତନତା ରଥ ଶୁଭାରମ୍ଭ କରି ଭିଡିଓ ଭେନ ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ସଚେତନତ କରାଯିଵ ପୋଲିସ ଓ ଅlଞ୍ଚଳିକ ପରିବହନ ଅଧିକାରୀଙ୍କ କର୍ମଚାରୀ ମିଳିତ ଭାବରେ ଚଢ଼ାଉ କରାଯିବ ଏବଂ ସଚେତନ କରାଯିବ ବିଶେଷକରି ହେଲମେଟ ବ୍ୟବହାର, ଦ୍ରୁତ ଗତିରେ ନଚଳାଇବା, ବିନଲାଇସେନ୍ସରେ ନଚଲlଇବା,କମ ବୟସ ପିଲାଙ୍କୁ ଗାଡ଼ି ନାଚଳାଇବା ପାଇଁ ସଚେତନତା କରିବେ l ଗାଡ଼ି ଚାଳକ ମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ l ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଲୋଗାନ, କ୍ଵିଜ ଓ ଚିତ୍ରlଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରିବେ l ସେହିପରି ମହାବିଦ୍ୟାଳୟ ସ୍ତରରେ ମଧ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ l କୃତୀ ପ୍ରତିଯୋଗୀ ମନଙ୍କୁ ଜିଲ୍ଲାସ୍ତରରେ ଓ ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ l ବିଭିନ୍ନ ଅନୁଷ୍ଠାନ, ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ସାଇକେଲ ରାଲି କିମ୍ବା ପlଦଚଲା ପ୍ରତିଯୋଗିତା ଅନୁଷ୍ଠିତ ହେବ l ଆଜିର ଏହି ବୈଠକରେ ଅଧ୍ୟକ୍ଷା ରାୟଗଡ ମହାବିଦ୍ୟାଳୟ,ଡ଼ଃ ବବିଳତା ସରାଫ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅର୍ଚନା ପଟ୍ଟନାୟକ, ଏମଭିଆଇ ରାଜଶେଖର ବେହେରା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅମ୍ଭିକେୟ ମିଶ୍ର,ସ୍ଵାସ୍ଥ୍ୟ ବିଭାଗରୁ ଡାକ୍ତର ମମତା ଚୌଧୁରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବସ ମାଲିକ, ଟ୍ରକ ମାଲିକ, ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *