ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ ସେମିଳିଗୁଡା.ତାରିଖ ୮-୧-୨୦୨୫. ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ତା ୦୮.୧.୨୫ ରେ ଆର ଟି ଓ ଅଫିସ କୋରାପୁଟ ପରିସରରେ ସେମିଳିଗୁଡାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିଭ୍ ଫର୍ ଅଦର୍ସ ଓ ଆର ଟି ଓ କୋରାପୁଟଙ୍କ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ।ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନ.. ଯୋଗଦେଇ ଫିତା କାଟି ରକ୍ତଦାନ ଶିବିରକୁ ଆର ଟି ଓ ରାଜେଶ ମାରଣ୍ଡି, ଲିିଭ ଫର ଅଦର୍ସର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ରକ୍ତ କେନ୍ଦ୍ରର ରକ୍ତ ସଂଗ୍ରହକାରୀ ଦଳ ଭି ଗଙ୍ଗାଧର,ଦେବ,ପୁଷ୍ପା, ଓ ରବିନ୍ଦ୍ର ମିଶ୍ର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ ଆର ଟି ଓ ଅଫିସ କର୍ମଚାରୀଙ୍କ ସମେତ ବସ ମାଲିକ ସଂଘ, ଓଏସଆରଟିସିର କର୍ମକର୍ତ୍ତା୍ତା ସମେତ ୫୦ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ଲିଭ୍ ଫର୍ ଅଦର୍ସ ର ମୁଖ୍ୟ ସ୍ନିଗ୍ଧlରାଣୀ ମିଶ୍ର,ସଭ୍ଯ ସୁନୀଲ ଅଗ୍ରୱାଲ, ଓ ଆର ଟି ଓ ଅଫିସର ଏଆରଟିଓ ତପନ କୁମାର ଚେଟୀ,ଓ କର୍ମଚାରୀମାନେ ,ଓଡିଶା ରକ୍ତ ଦାତା ସଂଘଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲ ସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଆରଟିଓ ଶ୍ରୀ ମାରଣ୍ଡି ଲିଭ ଫର ଅଦର୍ସର ଉଦ୍ୟମ ଓ ସହଯୋଗକୁ ପ୍ରଶଂସା କରିଥିଲେ।ରକ୍ତ କେନ୍ଦ୍ରର ଟେକନିସିଆନ ଭି.ଗଂଗାଧର ମଧ୍ଯ ତାଙ୍କ ଜନ୍ମ ଦିନ ଅବସରରେ ଶିବିରରେ ରକ୍ତଦାନ କରିଥିଲେ।
Related Posts
ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମିଶନ ଶକ୍ତି କ୍ୟାଫେ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମିଶନ ଶକ୍ତି କ୍ୟାଫେ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱର : ଆଜି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ…
ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ଧୂମଧାମ ରେ ପାଳିତ
ଟିକାବାଲି ଠାରେ ଅନ୍ତର୍ଜାତୀୟ ବାଳିକା ଦିବସ ଧୂମଧାମ ରେ ପାଳିତ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟରେ ରାଜ୍ୟ ସରକାରଙ୍କ…
ପେନାଗାବେରୀ ଅଞ୍ଚଳର ଅଡୁକୁଟିନାଜୁବାସୀ ପାନୀୟ ଜଳ ସଙ୍କଟ ସମାଧାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ଧାରଣା
ପେନାଗାବେରୀ ଅଞ୍ଚଳର ଅଡୁକୁଟିନାଜୁବାସୀ ପାନୀୟ ଜଳ ସଙ୍କଟ ସମାଧାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ଧାରଣା …………………………………..କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ):- ଟିକାବାଲି ବ୍ଲକ ଅନ୍ତର୍ଗତ…