ସଂସ୍କୃତ ଉତ୍ସବରେ ମନ କିଣିଲା ପିଲାଙ୍କ ନାଚ—————————ଆର,ଉଦ଼ଗିରି(ମନୋଜ କୁମାର ପାଢୀ/୩/୯/୨୪ ଆଜି ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱକ୍ରମେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ଉକ୍ତ ଅବସରରେ କେରେଡ଼lଙ୍ଗ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ମହାପାତ୍ର (ମୁଖ୍ୟ ଅତିଥି) ଏବଂ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l ସଂସ୍କୃତ ହେଉଛି ଆଦିଭାଷା, ଦେବ ଭାଷା, ଏବଂ ସବୁ ଭାଷା ମାନଙ୍କର ଜନନୀ l ଏହାର ସୁରକ୍ଷା ଏବଂ ଉନ୍ନତି ଆମର ଦାୟିତ୍ୱ ବୋଲି ଅତିଥି ମାନେ ଭାଷଣ ମାଧ୍ଯମରେ ବ୍ୟକ୍ତ କରିଥିଲେ l ଏଣୁ ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ସଂଗୀତ, ଭାଷଣ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାମାନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କlର ପ୍ରଦାନ କରାଯାଇଥିଲା l ପରିଶେଷରେ ପିଲାମାନଙ୍କ ଦ୍ୱାରା ସଂlସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ସଂସ୍କୃତ ସଂଗୀତର ତାଳେ ତାଳେ ପିଲାମାନେ ନାଚି ସମସ୍ତଙ୍କୁ ଚକିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଆୟୋଜନ କରିବା ସହିତ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ l ବିଦ୍ୟାଳୟର ଶିକ୍ଷକମାନେ ଯଥା କିଶୋର ଚନ୍ଦ୍ର ଦଣ୍ଡସେନା, ତାରିଣୀ ଚରଣ ମଣ୍ଡଳ,ନୀଳକଣ୍ଠ ନାୟକ, ସଞ୍ଜୟ କୁ. ଗୌଡ଼, ଦିଗାମ୍ବର ଦାସ,କେଦାରନାଥ କର, ସୁଶାନ୍ତ ସାହୁ, ବିରଜା ମାଳିନୀ, ପ୍ରଜ୍ଞାଦୀପ୍ତା ପାଇକ, ରବିନା ଦାସ, ଉଷାରାଣି, ବିରଞ୍ଚି ନାରାୟଣ, ସଂଗୀତା ସାହୁ, ମମତା ବେହେର୍ଦଳାଇ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ l ପରିଶେଷରେ ଶିକ୍ଷକ ଯୁଧିଷ୍ଠିର ପାଇକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଶାନ୍ତି ମନ୍ତ୍ର ପାଠ କରି ଥିଲେ l
Related Posts

ଅନ୍ତର୍ବା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ …
ଅନ୍ତର୍ବା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ … ଆର, ଉଦୟଗିରି(ମନୋଜ କୁମାର ପାଢୀ/୨୩/୯/୨୪ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତର୍ବା ଠାରେ ଜିଲ୍ଲାପାଳ ବିଜୟ…

ନିଖୋଜ ବୃଦ୍ଧଙ୍କ ଶବ ଉଦ୍ଧାର।
ନିଖୋଜ ବୃଦ୍ଧଙ୍କ ଶବ ଉଦ୍ଧାର। ଗଞ୍ଜାମ:ପାଟପୁର ଥାନା ଅର୍ନ୍ତଗତ ପଟିଗୁଡା ବାରିଗାଁର ଡମ୍ବରୁ ମଳିକ ଜନୈକ ବୃଦ୍ଧ ବ୍ୟକ୍ତି ନିଜର ଶରୀର ଅସୁସ୍ଥ ଥିବାରୁ ଔଷଧ ଆଣିବା…

ସୁନା ଚେନ ଲୁଟ ଅଭିଯୋଗ ରେ ଦୁଇ ଯୁବକ ଗିରଫ।
ସୁନା ଚେନ ଲୁଟ ଅଭିଯୋଗ ରେ ଦୁଇ ଯୁବକ ଗିରଫ। ଗୋଳନ୍ଥରା ଥାନା ପୋଲିସ୍ ସୁନା ଚେନ ଲୁଟ ଅଭିଯୋଗ ରେ ରଞ୍ଜନ ସାହୁ ଓ ମୁରଲୀ…