ସଂଘର୍ଷ ଓ ଆକ୍ରମଣ ରେ ଦୁଇ ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ। ଗଞ୍ଜାମ:ବେଗୁନିଆ ପଡ଼ା ସହର ରେ ସୁବଳ ମହାନ୍ତି ନାମକ ଜଣେ ଦୋକାନୀ ସହ ବଣିକ ସଂଘ ଦୋକାନ ବନ୍ଦ କରିବା ନେଇ ଆଲୋଚନା, ଉଚ୍ଚବାଚ ଓ ସଂଘର୍ଷ ଯୋଗୁଁ ଦୋକାନୀ ସୁବଳ ଓ ସଂଘ ସଭାପତି କୀର୍ତ୍ତନ ପ୍ରଧାନ ଗୁରୁତର ଆହତ ହୋଇ ସୁବଳ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଥିବା ବେଳେ କୀର୍ତ୍ତନ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବେଗୁନିଆ ପଡ଼ା ବ୍ୟବସାୟୀ ସଂଘ ତରଫରୁ ପ୍ରତ୍ୟେକ ମାସର ଦୁଇ ତାରିଖରେ ସହରର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତି କୁ ଅବମାନନା କରି ସୁବଳ ଦୋକାନ ଖୋଲିଥିବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ।
Related Posts
ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପାରଳାରେ ୧୦, ମୋହନାରେ ୭ ପ୍ରାର୍ଥୀ ରହିଲେ
ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପାରଳାରେ ୧୦, ମୋହନାରେ ୭ ପ୍ରାର୍ଥୀ ରହିଲେ ଗଜପତି (୧/୫/୨୦୨୪):ଗତକାଲି ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଗଜପତି ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ…
ଉଦଯାପିତ ହେଲା ଚଇତି 2024 ପଲି ଶ୍ରୀମେଲା ରେ ଏହି ବର୍ଷ ୬କୋଟି ଟଙ୍କା ବ୍ୟବସାୟ
ଉଦଯାପିତ ହେଲା ଚଇତି 2024 ପଲି ଶ୍ରୀମେଲା ରେ ଏହି ବର୍ଷ ୬କୋଟି ଟଙ୍କା ବ୍ୟବସାୟ ରାୟଗଡ: ଚଇତି 2024 ର ଶେଷ ରଜନୀ ଧୁମ ଧାମରେ…
ଚିନି ଶିଳ୍ପ କର୍ମଚାରୀଙ୍କ ଅକାଳ ବିୟୋଗ।
ଚିନି ଶିଳ୍ପ କର୍ମଚାରୀଙ୍କ ଅକାଳ ବିୟୋଗ। ଗଞ୍ଜାମ:ଆସ୍କା ଚିନି ଶିଳ୍ପ କର୍ମଚାରୀ ତଥା ନୁଆଁଗାଁ ବାସିନ୍ଦା ରାମହରି ପାଢୀ ସବୁଦିନ ଭଳି କାମକୁ ଯିବା ବେଳେ ଅଫିସ…