ସଂକ୍ରିଡା ପଞ୍ଚାୟତ ର ଯୋଗାଣ ସହାୟକ ବିନୟ କୁମାର ପୁରୋହିତ ଦେହାନ୍ତ ହୋଇଯାଇଛି।

ସଂକ୍ରିଡା ପଞ୍ଚାୟତ ର ଯୋଗାଣ ସହାୟକ ବିନୟ କୁମାର ପୁରୋହିତ ଦେହାନ୍ତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଯୋଗାଣ ସହାୟକ ବିନୟ କୁମାର ପୁରୋହିତ କଂ ୪୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ହାଡ଼ଫୁଟି (ଚିକେନ ଫକ୍ସ) ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତାକଂର ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପଛରେ ବିଧବା ପତ୍ନୀ ସୁନନ୍ଦା , ପୁଅ, ଝିଅ, ବୃଦ୍ଧ ପିତା ଯତୀନ୍ଦ୍ର ପୁରୋହିତ, ମାତା ଚନ୍ଦ୍ରମା ପୁରୋହିତ, ବଡଭାଇ ଉଦୟ ପୁରୋହିତ ଓ ବୋହୂ ଛାଡି ଯାଇଛନ୍ତି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଂକର ଶବାଧାରରେ ଅରବିନ୍ଦ ସୁଆର, ଅକ୍ଷୟ ପୁରୋହିତ, ଗଂଗାଧର ବେହେରା, ରାଧେଶ୍ୟାମ ବିଶି, ଜ୍ଞାନ ପୁରୋହିତ, ସଞ୍ଜୟ ପୁରୋହିତ ଓ ଅନ୍ଯାନ୍ଯ ବହୁ ଭଦ୍ରବ୍ୟକ୍ତି ଯୋଗ ଦେଇଥିଲେ। ପରିଶେଷରେ ତାଂକର ବଡଭାଇ କଂ ପୁଅ ପ୍ରତ୍ୟୁଷ କୁମାର ପୁରୋହିତ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *