ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୪ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ଆଜି ମାସର ପ୍ରଥମ ରବିବାର ଅବସରରେ ସଭାପତି ସଞ୍ଚିତା ମହାନ୍ତିଙ୍କ ଅଧକ୍ଷ୍ୟତାରେ ଭୁବନେଶ୍ୱର ଟମାଣ୍ଡୋ ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୪ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦିବଂଗତ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କୁ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଆଜିର ଭଜନ କାର୍ଯ୍ୟକ୍ରମ ରେ କେ ଲଷ୍ମୀ ନାରାୟଣ, ସୌଦାମିନୀ ପଣ୍ଡା,ଶର୍ମିଷ୍ଠା ମାମ,ବିମ୍ବାଧର ପଣ୍ଡା ପ୍ରମୁଖ ଭଜନ ଗାଈ ଥିଲେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ଓ ଉପ ସଭାପତି ରବିନାରାୟଣ ମହାପାତ୍ର ସ୍କନ୍ଦ ପୁରାଣ ଉପରେ ସମ୍ୟକ ସୂଚନା ସମସ୍ତଙ୍କୁ ଦେଇଥିଲେ, ପଣ୍ଡିତ ଦାଶରଥି ସାମନ୍ତରାୟ ସ୍କନ୍ଦ ପୁରାଣ ବର୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବହୁ ରୋଚକ ପୂର୍ଣ୍ଣ କଥା ସମସ୍ତଙ୍କୁ ଜଣାଇଥିଲେ।
ଏହି ଅବସରରେ ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା ଉପ ସଭାପତି ରବି ନାରାୟଣ ମହାପାତ୍ର ନିରଞ୍ଜନ ପଣ୍ଡା, ସମ୍ପାଦକ ଡ଼ ନାରାୟଣ ମହାପାତ୍ର କୋଷାଧକ୍ଷ ସୁରେଶ ମିଶ୍ର, ଯୁଗ୍ମ ସମ୍ପାଦକ ଅଜୟ ହରି ଚନ୍ଦନ,ଉପ କୋସାଧକ୍ଷ ଗୌରାଙ୍ଗ ନାୟକ,ଶ୍ରୀ ହରିପଦ ଶତପଥି, ସତ୍ୟକମ ମହାନ୍ତି ଅଖିଳ ସାହୁ ,ଅକ୍ଷୟ ଉପାଧ୍ୟାୟ ଅକ୍ଷୟ ସାହୁସ୍ୱାଧୀନ ମହାନ୍ତି ତ୍ରିଲୋଚନ ନାୟକ ବଂଶୀଧର ନାୟକ ଶ୍ରୀନିବାସ ରାଓ ମନୋରଞ୍ଜନ ମହାନ୍ତି ଓ ମନ୍ଦିର ର ର ପ୍ରମୁଖ ଟୁଟୁ ବାବୁ ଓ ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ।