ଶୁଣିଲାନି ସରକାର , ଗାଆଁ ଲୋକ ତିଆରି କଲେ କାଠ ପୋଲ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଶୁଣିଲେନି ସରକାର ଲୋକଙ୍କ ସମସ୍ୟା , କରି ପାରିଲେନି ସମସ୍ୟାର ସମାଧାନ । ବାଧ୍ୟ ହୋଇ ନିଜ ପରିଶ୍ରମରେ ତିଆରି କଲେ ଏକ କାଠ ପୋଲ । ଏ ପରି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ମାଣ୍ଡିମରା ଗ୍ରାମ ପଞ୍ଚାୟତ ସାରଳା ପଦର ଗାଆଁ ରେ । ଗାଆଁ କୁ ଯିବାକୁ ହେଲେ ଦୀର୍ଘ 3/4 କିଲୋମିଟର ମାଟି କାଦୁଆ ଓ ଖାଲ ଖମା ରାସ୍ତା ଦେଇ ଯିବାକୁ ପଡ଼େ । ସେଥିରେ ପୁଣି ଏକ ନାଳ । ନାଳ ଉପରେ ପୋଲ ଟେ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅନେକ ଗ୍ରାମ ବାସୀ । ବାରମ୍ବାର ଏ ନେଇ ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଆସିଛନ୍ତି । ଏପରିକି ତତ୍କାଳିନ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଙ୍କୁ ମଧ୍ୟ ଅଭିଯୋଗ ଦେଇଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମ ବାସୀ ଶ୍ରମ ଦାନ କରି ନିଜେ ଏହି ପୋଲ ନିର୍ମାଣ କରିଛନ୍ତି ।ଅନେକ ସମୟରେ ଦୈନଦିନ ହାଟ ବଜାର,ସ୍କୁଲ କଲେଜ ଓ ମେଡିକାଲ୍ ଯିବାକୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଖରାଦିନେ ଯେମିତିସେମିତି ଚଳି ଯାଉଥିଲା । କିନ୍ତୁ ଏହି ବର୍ଷା ଦିନେ ହାଲତ ପୁରା ଖରାପ । ନା ଚାଲିକି ଯାଇ ପାରୁଥିଲେ ନା ଗାଡ଼ି ରେ ଯାଇ ପାରୁଥିଲେ ।ଏପରିକି ରୋଗୀ ଙ୍କୁ ନେବାକୁ ହେଲେ ବୋହିକୀ ନେଉଥିଲେ । ତେବେ ବାଧ୍ୟ ହୋଇ କାତି କୁରାଢି ଧରି ସଜବାଜ ହେଲେ ଓ ନିର୍ମାଣ କଲେ ଏହି ପୋଲ ।
Related Posts

ସୁନ୍ଦରଗଡ଼ରେ ୨୦ ଲକ୍ଷର ବାଣ ଜବତ
ସୁନ୍ଦରଗଡ଼ରେ ୨୦ ଲକ୍ଷର ବାଣ ଜବତ ରାଉରକେଲା: ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ପୋଲିସ୍। ସୁନ୍ଦରଗଡ଼ ଜିଲ୍ଲା ପ୍ଲାଣ୍ଟ ସାଇଟ୍…

୩୦ ପରବାର ଜ୍ଜରରେ ଆକ୍ରାନ୍ତ
୩୦ ପରବାର ଜ୍ଜରରେ ଆକ୍ରାନ୍ତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ବିରିକୋଟ ଗାଁରେ ୩୦ ପରିବାର ଜ୍ଜରରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ୯ ରୁ…

ଦମାଦୁଆ ସରପଞ୍ଚ ଅଯୋଗ୍ୟ ଘୋଷଣା କଲେ ମୋହନା ଜେଏମଏଫସି ।
ଦମାଦୁଆ ସରପଞ୍ଚ ଅଯୋଗ୍ୟ ଘୋଷଣା କଲେ ମୋହନା ଜେଏମଏଫସି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକର ଦମାଦୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସରସ୍ବତୀ ମଲ୍ଲିକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି…