ବର୍ତ୍ତମାନର ଋତୁ ହେଉଛି ଶୀତ ଋତୁ । ଏହି ଋତୁରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଖାସ୍ କରି ଶୀତ ଋତୁରେ ଲୋକେମାନେ ସୁନ୍ଦର ଦେଖାଯାଆନ୍ତି ନାହିଁ । କାରଣ ଏହି ଋତୁରେ ଫେସ୍ ଏବଂ ଗୋଡ, ହାତ ସବୁ ଡ୍ରାଏ ପଡିଯାଏ । ଶୀତ ଋତୁରେ ଶୁଖିଲା ପବନ ହେତୁ ସ୍କିନ୍ ଅଧିକ ଡ୍ରାଏ ପଡିଯାଏ ।ଏହି ସମୟରେ ଲୋକେମାନେ ବହୁତ ପ୍ରକାର ଲୋସନ ବ୍ୟବହାର କରିଥାନ୍ତି ।ଲୋସନକୁ ବ୍ୟବହାର କରିଥାନ୍ତି ସତ ହେଲେ ଏହି ଲୋସନ୍ ବହୁତ ଶୀଘ୍ର ଶୁଖିଯାଏ ଏବଂ ସ୍କିନକୁ ସଙ୍ଗେ ସଙ୍ଗେ ଡ୍ରାଏ ପକାଇଦିଏ । ଖାସ୍ କରି ଝିଅମାନେ ଅଧିକ ଟେନସନରେ ପଡିଯାଆନ୍ତି, କାରଣ ଏହି ଋତୁରେ ସମସ୍ତେ ପିକନିକ୍ ଜାଇଥାନ୍ତି । ବୁଲାବୁଲି କରିବା ସମୟରେ ଯଦି ଏଭଳି ସମସ୍ୟା ଦେଖାଦିଏ ତେବେ କଥା ସରିଲା । ସମସ୍ତେ ଚାହିଁଥାନ୍ତି ଯେ ସେମାନେ କିପରି ସୁନ୍ଦର ଦେଖାଯିବେ ହେଲେ ଏହି ଋତୁରେ ସ୍କିନ୍ ଡଲ ପଡିଯାଏ ଯେଉଁ କାରଣରୁ ଅନେକ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ ।ଏପରି ସ୍ଥିତିରେ ଆପଣ, କିପରି ସୁନ୍ଦର ଦେଖାଯିବେ ଏବଂ ଆପଣଙ୍କ ସ୍କିନ୍ କିପରି ଗ୍ଲୋ କରିବ ତାହା ଜାଣନ୍ତିୁ ।ସର୍ବପ୍ରଥମେ ଆପଣ ସ୍କିନରେ ଲହୁଣୀ ଲଗାନ୍ତୁ ଏବଂ ଏହାକୁ ଅନେକ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ । ଯଦି ମହୁ ଏବଂ ଲହୁଣୀର ମିଶ୍ରଣକୁ ଫେସ କିମ୍ବା ହାତ, ଗୋଡରେ ଲଗାନ୍ତି ତେବେ ଏହା ବହୁତ ଚମକ ସୃଷ୍ଟି କରିଥାଏ । ଏହି ମିଶ୍ରଣଟି ଚର୍ମକୁ ପୁଷ୍ଟିକର ଏବଂ ଆଦ୍ରତା ଯୋଗାଇଥାଏ । ଏହି ପ୍ୟାକଟି ବହୁତ ଲାଭଦାୟକ ହୋଇଥାଏ । ଏହି ପ୍ୟକ୍ ଖାଲି ସ୍କିନକୁ ସୁନ୍ଦର କରି ନଥାଏ ବରଂ ଫେସ କଲରରେ ମଧ୍ୟ ଉନ୍ନତି ଆଣିଥାଏ ।ଶୀତ ଋତୁରେ ଯଦି ଏହି ପ୍ୟାକକୁ ସବୁଦିନ ଲଗାଇବା ତେବେ ଆପଣଙ୍କ ସସମ୍ୟା ବହୁତ ଶୀଘ୍ର ଦୂର ହେବ । ଏହାକୁ ଆପଣ କିପରି ଫେସରେ ଲଗାଇବେ ଜାଣନ୍ତୁ । ୧ ଚାମଚ ଲହୁଣୀ ଆଣି ସେଥିରେ ୧ଚାମଚ ମହୁ ମଶାନ୍ତୁ । ଏହାପରେ କିଛି ସମୟ ଭଲ ଭାବରେ ମିକ୍ସ କରନ୍ତୁ ଏବଂ ପରେ ଏହାକୁ ଫେସରେ ଲଗାଇ କିଛି ସମସୟ ପାଇଁ ଛାଡି ଦିଅନ୍ତୁ । ୨୦ ମିନିଟ ପରେ ଫେସକୁ ଭଲ ପାଣିରେ ଧୋଇ ଦିଅନ୍ତୁ, ଦେଖିବେ ଆପଣଙ୍କ ସ୍କିନ କିପରି ନରମ ରହିବା ସହ ଗ୍ଲୋ ମଧ୍ୟ କରିବ । ଏହାସହ ଆପଣ ରାତିରେ ଶୋଇବା ସମୟରେ ମଧ୍ୟ ଖାଲି ଲହୁଣୀକୁ ଫେସରେ ଲଗାଇ ଶୋଇ ପାରିବେ । ଯାହା ସକାଳୁ ଉଠିବା ପରେ ଫେସ ବହୁତ ସୁନ୍ଦର ଦେଖାଯାଇଥାଏ ।ତେଣୁ ଯଦି ଚାହୁଁଛନ୍ତି ଯେ ଶୀତ ଋତୁରେ ଆପଣଙ୍କ ସ୍କିନ୍ ଗ୍ଲୋ କରୁ ତେବେ ଏହି ଟିପ୍ସକୁ ନିୟମିତ ଭାବରେ ବ୍ୟବହାର କରନ୍ତୁ । ଦେଖିବେ ବହୁ ଶୀଘ୍ର ମିଳିଯିବ ଆପଣଙ୍କର ରେଜଲ୍ଟ ।
Related Posts

UPSC ରେଜଲ୍ଟ ପ୍ରକାଶ |
ପ୍ରକାଶ ପାଇଲା UPSC ରେଜଲ୍ଟ

ଜଣେ ଗିରଫ, ପାରଳା ପୋଲିସ ଦ୍ୱାରା ୧୧୮ ପେଟି ବିଦେଶୀମଦ ଜବତ
ଜଣେ ଗିରଫ, ପାରଳା ପୋଲିସ ଦ୍ୱାରା ୧୧୮ ପେଟି ବିଦେଶୀମଦ ଜବତ ଗଜପତି -: ୧୬/୫/୨୦୨୪):ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ଅଭିମୁଖେ…

ଜୁହାର୍ ସମ୍ବଲପୁର୍ଧନ୍ୟବାଦ୍ ସମ୍ବଲପୁର୍
ଜୁହାର୍ ସମ୍ବଲପୁର୍ଧନ୍ୟବାଦ୍ ସମ୍ବଲପୁର୍ ମହାପ୍ରଭୁ ଶ୍ରୀଜଗନ୍ନାଥ୍ ଆଉ ମାଁ ସମଲେଇଙ୍କର୍ ଅପାର୍ କରୁଣା ଲାଗି କୋଟି କୋଟି ପ୍ରଣାମ୍ କରୁଛେଁ । ଆଉ ସମ୍ବଲପୁର୍ ଲୋକସଭା କ୍ଷେତ୍ରର୍…