ଅଦ୍ୟ ତା ୦୫/୧୧/୨୦୨୪ରିଖ ମଙ୍ଗଳବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେମଣ୍ଡାଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଶିଶୁ ବାଟିକା ବିଭାଗର “ଶିଶୁ ମେଳା” ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଟିକୁ ଆଗେଇ ନେଇଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶିବାନନ୍ଦ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସଂପାଦକ ଶ୍ରୀ କିଶୋର କୁମାର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକାର କୁନିକୁନି ଭାଇ ଭଉଣୀ ତଥା ସେମାନଙ୍କର ଅଭିଭାବିକା ନିଜ ନିଜର ଦୋକାନ ସଜାଇବା ସହ ପ୍ରାଥମିକ ବିଭାଗର ଭାଇଭଉଣୀ ମାନେ କିଣାବିକା କରି କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ଶ୍ରୀ ଭିକାରି ଚରଣ ଖମାରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ସଂପାଦିତ ହୋଇଥିଲା ।
Related Posts

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ସୋର
ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ସୋର: ବାଲେଶ୍ଵର ଜିଲ୍ଲାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ୧୨ ଲକ୍ଷ ଲୁଟ୍ ଅଭିଯୋଗ ହୋଇଛି।ଖଇରା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।.. ଗଜପତି (ମନୋଜ ପାଢୀ/୩୦/୯/୨୪/ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମର୍ଲାବା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ…

ବହୁମୂତ୍ର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
*ବହୁମୂତ୍ର ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ** ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବହୁମୂତ୍ର ରୋଗ ସଚେତନl…