*କେନ୍ଦୁଝର ସଦର ବିଧାୟକ – ମୋହନ ଚରଣ ମାଝୀ”*ଶିଶୁ ମନ୍ଦିର ଶିକ୍ଷକ ରୁ ମୁଖ୍ୟ ମନ୍ତ୍ରୀ ୬.୧.୧୯୭୨ ମସିହାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ଗାଁରେ ଏକ ଗରିବ ପରିବାରରେ ମୋହନଙ୍କ ଜନ୍ମ ।ତାଙ୍କ ପିତା ଗୁନାରାମ ମାଝୀ ନିଜ ଗାଁ ରାଇକଳା ବିଦ୍ୟାଳୟ ରେ ପିଅନ ରୂପେ କାର୍ଯ୍ୟରତ ଥିଲେ । ପିଲାଟି ବେଳୁ ସେ ତାଙ୍କ ମା ବାଲେଶ୍ଵରୀ ମାଝୀ ଙ୍କୁ ହରାଇଥିଲେ । ଘରର ବଡପୁଅ ଭାବେ ତାଙ୍କ ଉପରେ ପଡିଥିଲା ସମ୍ପୁର୍ଣ୍ଣ ପରିବାରର ଦାୟିତ୍ବ ।ତାଙ୍କ ତଳେ ତାଙ୍କ ର ଜଣେ ଭାଇ ପୂର୍ଣ୍ଣ ଚନ୍ଦ୍ର ମାଝୀ ଓ ଭଉଣୀ ରାସମଣୀ ମାଝୀ ଥିଲେ । କିଛି ବର୍ଷ ପୂର୍ବେ ଭାଇ ଓ ପିତା ମଧ୍ୟ ଇହଲୀଳା ତ୍ୟାଗକରି ଛନ୍ତି ।ନିଜ ଗାଁଠୁ ୫କିଲୋମିଟର ଦୂର ଝୁମ୍ପୁରାକୁ ସେ ଚାଲିଚାଲି ଯାଇ ଟିଉସନ୍ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ ।ଗାଁ ବିଦ୍ୟାଳୟରେ ୭ମ ପର୍ଯ୍ୟନ୍ତ ପଢ଼ିବା ପରେ ସିଏ ଝୁମ୍ପୁରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାଠ ପଢିଥିଲେ। ୧୯୮୭ ମସିହାରେ ମାଟ୍ରିକ ପାସ୍ କରିଥିଲେ ।ଏହାପରେ ଆନନ୍ଦପୁର ସରକାରୀ ମହାବିଦ୍ୟାଳୟ ରେ ୧୯୯୦ ମସିହାରେ+୨ କଳା ରେ ପାସ୍ କରିଥିଲେ।ଏହାପରେ ୧୯୯୩ ମସିହାରେ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ+୩ କଳା ପାସ୍ କରିଥିଲେ ।୨୦୧୧ ମସିହାରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ରୁ LLB ପାସ୍ କରିଥିଲେ।କିଛିଦିନ ପାଇଁ ସିଏ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ।ପ୍ରଥମେ ନିଜଗ୍ରାମ ସମିତି ସଭ୍ୟ ରୂପେ ଠିଆହୋଇ ହାରିଥିଲେ ।ଏହାପରେ ୧୯୯୭ ମସିହାରେ ରାଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଜିତି ସେ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ପ୍ରଥମେ ୨୦୦୦ ମସିହା, ପରେ ୨୦୦୪ ଓ ୨୦୧୯ ମସିହା ଓ ଏବେ ୨୦୨୪ ମସିହାରେ ଚତୁର୍ଥ ଥର ପାଇଁ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାଛଡା ସିଏ ସରକାରୀ ଉପମୁଖ୍ୟ ସଚେତକ, ପବ୍ଲିକସ ଆକାଉଣ୍ଟ କମିଟି ର ଅଧ୍ୟକ୍ଷ ଓ ବିରୋଧୀ ଦଳ ର ମୂଖ୍ୟ ସଚେତକ ରୂପେ କାର୍ଯ୍ୟ ତୁଲାଇଥିଲେ।ଆଉ ଆଜି ତାଙ୍କର ନାଆଁ ରେ ମୋହର ବାଜିଛି । ଖଣି ଦୁର୍ନୀତି ପ୍ରସଙ୍ଗରେ ହେଉ ଅଥବା ଦରଦାମ ବୃଦ୍ଧିକୁ ନେଇ ସେ ଅତୀତ ରେ ଆବାଜ୍ ମଧ୍ୟ ଉଠାଇଛନ୍ତି। ୨୪ବର୍ଷର ର ବିଜେଡ଼ି ସରକାର ପରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶା ରେ ସରକାର ଗଠନ କରିବ। ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନ ର ଯବନିକା ପଡ଼ିଛି। ୧୨ ତାରିଖ ଅପରାହ୍ନ ରେ ସେ ମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଆହୁରି ଅନେକ କେନ୍ଦ୍ରୀୟ ମନ୍ତ୍ରୀ ତଥା ଅନେକ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଏହି ଉତ୍ସବ ରେ ଯୋଗ ଦେବେ।ଆଉ ବିଜେପି ପାଇଁ ସଂଘଟନ ସୁଦୃଢ଼ କରିବା ସହ ଓଡ଼ିଶା କୁ ନେଇ ଅନେକ ସ୍ଵପ୍ନ ରହିଛି। ଆଗାମୀ ଦିନରେ ମୂଖ୍ୟମନ୍ତ୍ରୀ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଲା।
Related Posts
ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା
ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା ଭୁବନେଶ୍ୱର: ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ…
ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ
ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ ରାୟଗଡା : ରାୟଗଡା ଜ଼ିଲ୍ଲା ରାୟଗଡା ନିୟନ୍ତ୍ରିତ ବଜ଼ାର କମିଟି ଅଧୀନରେ ଥିବା କେସିଂପୁର ଲ୍ୟାମ୍ପ…
ମୋହନାରେ ବିଜେଡି ର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ବିଶାଳ ବାଇକ ଶୋଭାଯାତ୍ରା |
ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୧୮/୪/୨୦୨୪): ଗଜପତି ଜିଲ୍ଲା ମୋହନା ବ୍ଲକରେ ପ୍ରଚାରକୁ ଓଲ୍ହାଇଛି ବିଜେଡି l ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ମୋହନା…