ଭୁବନେଶ୍ୱର: ଶୀତଳ ଷଷ୍ଠୀ ଯାତ୍ରା ସୁନାବେଡ଼ା ୧ ସ୍ଥିତ ବୃନ୍ଦାବତି ସଂସ୍ଥା ଠାରେ ଦୁମ ଧାମ ରେ ଶେଷ ହୋଇଯାଇଛି l ଏ ଇ ଏଫ ମାର୍କେଟ ଶିବ ମନ୍ଦିର ରୁ ପୁଜା ଅର୍ଚ୍ଚନା କରି ପାରମ୍ପରିକ ବାଜା, ଡିଜେ ଓ ଆଲୋକି କରଣ ସଜବାଜ ସହିତ ସହର ପରିକର୍ମା ରେ ବାହାରି ବୃନ୍ଦାବତି ସଂସ୍ଥା, ଏ ଇ ଏଫ କଲୋନୀ ଠାରେ ପହଞ୍ଚି ସେଇଠାରେ ଭଗବାନ ଶିବ ଏଵଂ ଦେବୀ ପାର୍ବତି ଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା l
ଓଡ଼ିଶା ର ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଭାରତ ବର୍ଷ ର ପ୍ରାଚୀନ କାଳରୁ ଆୟୋଜିତ ହୋଇଆସୁଛି ! ନବ ଦମ୍ପତି ସହର ଯାତ୍ରା ଆରମ୍ଭ କରନ୍ତି, ଯାହାକୁ ‘ନଗର ପରିକରମା’ କୁହାଯାଏ | ଉକ୍ତ ଯାତ୍ରା କୁ ଉପଭୋଗ କରିବା ପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଦେଶରୁ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହୋଇଥାଏ l ଲୋକଙ୍କ ମନରେ ଧାରଣ ରହିଛି ଉକ୍ତ ବିବାହ ଉତ୍ସବ ଯୋଗଦେଲେ ବିବାହ ବିଳମ୍ବ ହୋଉଥିବା ରିଷ୍ଠ ଖଣ୍ଡନ ହୁଏ l
ବୃନ୍ଦାବତିଙ୍କ ପୀଠ ରେ ମହାଆଡମ୍ବରରେ
ଭୋଜି ଭାତ ର ଆୟୋଜନ ହୋଇଥିଲା l ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଯୁବ ପିଢ଼ି ଉତ୍ସାହ ସହିତ ସହଯୋଗ କରିଥିଲେ l