ଶାନ୍ତି କମିଟି ବୈଠକରେ ବୋମାମାଡ,ଫୁଲଟା ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି।
ଗଞ୍ଜାମ: ( ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ) ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଘନଘନ ବୋମାମାଡ କୁ ନେଇ ଆତଙ୍କିତ ଗ୍ରାମବାସୀମାନେ ପୋଲିସ ପ୍ରଶାସନର ସହାୟତା ନିବେଦନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୦୭ ମସିହାରେ ଗ୍ରାମରେ ହତ୍ୟା ଘଟଣାରେ କିଛି ଅଭିଯୁକ୍ତ ଜେଲ୍ ଯାଇ ବର୍ତମାନ ଜାମିନ ରେ ଆସିଛନ୍ତି।ଏହା ମଧ୍ୟରେ ଗ୍ରାମର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି। ଏହି ପୁର୍ବ ଶତ୍ରୁତା କୁ ନେଇ ଗତ ମଙ୍ଗଳବାର ରାତିରେ କିଛି ଯୁବକ ହଠାତ୍ ଆତର୍କିତ ଭାବେ ସରପଞ୍ଚ ମମତା ନାହାକ ଙ୍କ ଘନଘନ ବୋମାମାଡ ବୋମାମାଡ କରି ଚାଲିଯାଇଥିଲେ। ଏହି ଘଟଣା କୁ ନେଇ ଗତକାଲି ସକାଳେ ଗାଁ ଲୋକେ ଏକ ଶାନ୍ତି କମିଟି ବୈଠକର ଆୟୋଜନ କରି ସଭାରେ ବସିଥିବା ବେଳେ ପୁଣି କିଛି ଯୁବକ ପୁନର୍ବାର ବୋମାମାଡ କରି ଚାଲିଯାଇଥିଲେ। ଏହି ପରିପ୍ରେକ୍ଷୀରେ ଗାଁ ର ଦୁଇ ଗୋଷ୍ଠୀ ନିମଖଣ୍ଡି ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗ କୁ ଗ୍ରହଣ କରି ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ଘଟଣାର ସମାଧାନ ପାଇଁ ଉଦ୍ୟମ ଚଳାଇଛନ୍ତି ଓ ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ସୁଚନା ପ୍ରଦାନ କରିଛନ୍ତି।
ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,,