ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ
ଭୁବନେଶ୍ୱର:( ଅଭିଷେକ ମହାନ୍ତି) ଆଜି ଭୁବନେଶ୍ବରର ୯ଟି ସ୍ଥାନରେ ଓଡ଼ିଶାର ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି।ଆଜି ଓଡ଼ିଶାକୁ ମିଳିବ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ସନ୍ଧ୍ୟା ୫ଟା ରେ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଶପଥ ସମାରୋହ ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା। ଦିନ ୨ଟା ରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ।ଆଜି ବସିବ ଓଡ଼ିଶା କ୍ୟାବିନେଟ୍ ର ବୈଠକ ଏହା ପରେ ବସିବ ଓଡ଼ିଶା କ୍ୟାବିନେଟ୍ ର ଗୁରୁତ୍ଵପୂର୍ଣ୍ଣ ବୈଠକ। ବିଜେପି ସରକାରର ଏହା ହେବ ପ୍ରଥମ କ୍ୟାବିନେଟ୍ ବୈଠକ।ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।