ଶଙ୍କରାଖୋଲ ଛକ ରେ ଛୁରୀ ଭୁସି ହତ୍ୟାକରିଥିବା ଆସାମୀଙ୍କୁ ଗିରଫ କରି ଫାସୀ ଦେବା ପାଇଁ ମୁଖ୍ୟ ରାସ୍ତା ରୋକ
……………………………
କନ୍ଧମାଳ :-ରିପୋର୍ଟ କୁନା ଦିଗାଲ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତରର୍ଗତ ଶଙ୍କରାଖୋଲ ଛକ ରେ ମଙ୍ଗଳବାର ସକାଳ 8 ଘଣ୍ଟିକା ସମୟ ରେ ବ୍ରହ୍ମପୁର,ଠାରୁ ଫୁଲବାଣୀ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୁ ଶଙ୍କରାଖୋଲର ଭାଇ ଓ ଭଉଣୀ ଆସାମୀ କୁ ହତ୍ୟାକାରୀଙ୍କୁ ଫାଶୀ ଦେବା ପାଇଁ ସମ୍ପୂର୍ଣ୍ଣ ଅବରୋଧ କରିଥିବା ଦେଖିବାକୁ ମିଳିଛି l
ଫଳରେ ସରକାରୀ ଓ ବେସରକାରୀ ଯାନବାହାନ ଚଳ ପ୍ରଚଳନ ରେ ବାଧା ସୃଷ୍ଟି ହୋଇଥିବା ଯୋଗୁଁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି l
ସୂଚନା ଅନୁସାରେ ଗତ 05 ତାରିଖ ଦିନ ଫିରିଙ୍ଗିଆ ଅଞ୍ଚଳ ରୁ କିଛି ଦୁର୍ବୁତ୍ତ ଶଙ୍କରାଖୋଲ ଆସି ମୃତ ବସନ୍ତ ଦଳବେହେରା ନାମକ ଏକ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରି ଫେରାର ଥିବା ଜଣାପଡ଼ିଛିl ଟିକାବାଲି ପୋଲିସ ଉକ୍ତ ମାମଲା କୁ ନେଇ ଗତକାଲି 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ତେବେ ମୁଖ୍ୟ ଆସାମୀ ଫେରାର ଥିବା ଜଣାପଡିଛି l
ଆଜି ଗାଁ ଲୋକେ ହତ୍ୟାକାରୀ ଙ୍କୁ ଫାଶୀ ଦେବା ନେଇ ରାସ୍ତା ରୋକ କରିଥିଲେ,ଘଟଣା ସ୍ଥଳରେ ଏସ ଡ଼ି ପିଓ, ବିଜୟ କୁମାର ବିଶି, ଚକାପାଦ ତହସିଲଦାର ଶ୍ରୀ ଶିବ ମଲ୍ଲିକ, ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀ ମୟୀ ଷେଣ୍ଢ l ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଓ ରେଡ଼କ୍ରସ ପାଣ୍ଠି ରୁ ନଗଦ 10,000 ( ଦଶ ହଜାର )ଟଙ୍କା ମୃତକଙ୍କ ପରିବାର କୁ ସହାୟତା ପ୍ରଦାନ କରିଥିଲେ l ଆସନ୍ତା 20ଦିନ ମଧ୍ୟରେ ମୁଖ୍ୟ ଆସାମୀ କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ. ଡ଼ି.ପିଓ.ଏବଂ ତହସିଲଦାର ପ୍ରତିଶୃତି ଦେବାରୁ ଲୋକେ ରାସ୍ତା ରୁ ହଟିଯାଇଥିଲେ l ପରିଶେଷରେ ଯାତାୟତ ପୂର୍ଵ ଭଲି ସ୍ୱାଭାବିକ ଅବସ୍ଥା କୁ ଫେରିଆସିଥିଲା l