ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ପାଳିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସ୍ୱୟଂ ସାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁବାଷ ଚନ୍ଦ୍ର ପ୍ରଧାନ, ଏବଂ ମୁଖ୍ୟ ଵକ୍ତା ଭାବରେ ବିଦ୍ୟାଳୟର ଅଧ୍ୟାପକ ଡ଼ଃ ବାବୁଲା ପାଟଯୋଶୀ, ସନମ୍ମାନିତ ଅତିଥିଭାବେ ସ୍ଥାନୀୟ ସ୍ୱୟଂ ସାସିତ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ସୁକାନ୍ତ କୁମାର ବେହେରା, ଯୁବ ରେଡକ୍ରସ କାଉସିଲର ଡ଼ଃ ଅଭିପ୍ସା ବଳ ଯୋଗ ଦେଇଥିଲେ l ମହାବିଦ୍ୟାଳୟ ର ଅଧ୍ୟାପକ ରାମକୃଷ୍ଣ ମହାନ୍ତି ବିଶ୍ୱ ହାତ ଧୁଆ ଦିବସ ପାଳନ ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଅଧ୍ୟାପକ ଡ଼ଃ ବାବୁଲା ପାଟଯୋଶୀ ହାତ ଧୁଆ ଦିବସ ଅବସରରେ ପରିବାର ର ସମସ୍ତ ଛୋଟ ରୁ ବଡ଼ ଯେ ପରି ଖାଦ୍ୟ ଖାଇବା ଆଗରୁ ସର୍ବଦା ହାତ କୁ ପରିଷ୍କାର କରିବା ବୋଲି ମତ ପ୍ରକାଶ କରିଥିଲେ l ଅଧ୍ୟାପକ ରାମକୃଷ୍ଣ ମହାନ୍ତି ପରିଷ୍କାର ପରିଚ୍ଛନ ଓ ସ୍ୱାସ୍ଥ୍ୟ ରକ୍ଷା ସମ୍ବନ୍ଧରେ ନିଜର ସୁନ୍ଦର ମତବ୍ୟକ୍ତ ରଖିଥିଲେ l ମୁଖ୍ୟ ଅତିଥି ଡ଼ଃ ପ୍ରଧାନ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ହାତ ଧୁଆ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ନିଜର ସୁନ୍ଦର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ସଭାରେ ଅଧ୍ୟକ୍ଷତା କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ lଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ lପରିଶେଷରେ ଜାତୀୟ ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ବୈକୁଣ୍ଠ ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
Related Posts
ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ସମାପ୍ତ ପରେ ଆଜି ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।
ଓଡ଼ିଶା କ୍ୟାଡ଼ରର ୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ସମାପ୍ତ ପରେ ଆଜି ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି…
ଓ୍ବାର୍ଡମେମ୍ବର ପଦବୀ ଅସିଦ୍ଧ ଘୋଷଣା
ଓ୍ବାର୍ଡମେମ୍ବର ପଦବୀ ଅସିଦ୍ଧ ଘୋଷଣା ଗଜପତି ୪/୮(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତର ଓ୍ବାର୍ଡ ମେମ୍ବର ୧୨ ର ସଭ୍ୟା ଅନିଳା…
ଅଜଣା ବୃଦ୍ଧଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର ନିଷ୍ଠା ପରିବାର ତରଫ ରୁ ଏକ ଅଜଣା ବୃଦ୍ଧ ଙ୍କ ଶବ ସତ୍କାର କରାଯାଇଛି।
#ଅଜଣା_ବୃଦ୍ଧ_ଙ୍କ_ଶବ_ସତ୍କାର_କଲା_ନିଷ୍ଠା_ପରିବାର ନିଷ୍ଠା ପରିବାର ତରଫ ରୁ ଏକ ଅଜଣା ବୃଦ୍ଧ ଙ୍କ ଶବ ସତ୍କାର କରାଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ନିଷ୍ଠା…