ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ…
ଶଙ୍କରାଖୋଲ :- (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟସ୍ଥ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଉଦ୍ଘାଟନ ଉତ୍ସବରେ ଅଞ୍ଚଳ ର ଜଣାଶୁଣା ଲୋକ ପ୍ରିୟ ଶ୍ରୀଯୁକ୍ତ ଧନେଶ୍ୱର ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଏ ବି ଓ, ରାଇକିଆ,ଏବଂ ମୁଖ୍ୟ ବକ୍ତାଭାବରେ ଡ଼ଃ ବାବୁଲା ପାଟଶାଣି ଯୋଗ ଦେଇଥିଲେ l ଅନ୍ୟନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି,ସଞ୍ଜୟ କୁମାର ନାୟକ, ସନ୍ୟାସୀ ଜେନା,ଏମ ବାଳକୃଷ୍ଣ ଦୋରା ,ଗୀତାଞ୍ଜଳି ସାହୁ,ଶିବାରାମ ବେହେରା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଶ୍ରୀ ପଟ୍ଟଶାଣୀ ଜାତୀୟ ସେବା ଇତିହାସ ଓ ଲକ୍ଷ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଅଧ୍ୟାପକ ରାମକୃଷ୍ଣ ମହାନ୍ତି ସମାଜ ସେବାରେ ସ୍ବେଛାସେବୀ ମାନଙ୍କ ଭୂମିକା ବାବଦରେ ସଂକ୍ଷପ ରେ ନିଜର ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ଛାତ୍ର ଛାତ୍ରୀଙ୍କ ସମାଜ ପ୍ରତି ରହିଥିବା ଦାୟିତ୍ୱ ଉପରେ ଗୁରୁତ୍ୱରୋପ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୋଟ ୫୦ଜଣ ସ୍ବେଛାସେବୀ ଯୋଗ ଦେଇଥିଲେ l ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିବା ସହିତ ସ୍ବେଛାସେବୀ ଙ୍କୁ ଉତ୍ସହିତ କରିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ବୈକୁଣ୍ଟ ନାଥ ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଶିବିର ର ସୂଚନା ପ୍ରଦାନ କରିଥିଲେ l ଶେଷରେ ଅଧ୍ୟାପିକା ରୀନାରାଣୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l