ଶକ୍ତି ଟିଭି ର ମୁଖ୍ୟ କ୍ରିଷ୍ଣା ସେଠି ଙ୍କୁ ଡ଼କ୍ଟରେଟ ସମ୍ମାନ ରେ ସମ୍ମାନିତ ରାୟଗଡା : ପଶ୍ଚିମ ଓଡିଶା ବଲାଙ୍ଗୀର ଜ଼ିଲ୍ଲା ର ଖୋପ୍ରାଖୋଲ ଗ୍ରାମ ପଂଚାୟତ ର ଲାଠୋର ର ବିଶିଷ୍ଟ ସମାଜ ସେବି ତଥା ଶକ୍ତି ଟିଭି ର ମୁଖ୍ୟ କ୍ରିଷ୍ଣା ଚନ୍ଦ୍ର ସେଠି ଙ୍କୁ ସମ୍ମାନଜନକ ଡ଼କ୍ଟରେଟ ଉପାଧି ରେ ନୂଆ ଦିଲ୍ଲୀ ସ୍ଥିତ ଦା କେଷ୍ଟାଲ ଅଫ ଆର୍ଟ ଥିଏଟର ଦାସମେସ ପ୍ଲାଜା ଫରିଦାବାଦ ର ମେଜିକ ଆଣ୍ଡ ଆର୍ଟ ୟୁନିଭେର୍ସିଟି ପକ୍ଷରୁ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ମାନିତ କରାଯାଇଛି l ଏହି ସମ୍ମାନଜନକ ଉପାଧି ଉତ୍ସବ ରେ ବିଭିନ୍ନ କ୍ଷେତ୍ରରେ ଚୟନ ହୋଇଥିବା ବ୍ୟକ୍ତି ବିଶେଷ ଙ୍କୁ ଡ଼କ୍ଟରେଟ ଉପାଧି ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଏହି ପରିପେକ୍ଷ ରେ ଶ୍ରୀ କ୍ରିଷ୍ଣା ସେଠି ଙ୍କୁ ସମାଜ ସେବା ଓ ସାମ୍ବାଦିକ କ୍ଷେତ୍ରରେ ଏହି ସମ୍ମାନଜନକ ଡ଼କ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଥିଲା l ଏହି ଉତ୍ସବ ରେ ଡ଼କ୍ଟର ସି ପି ଯାଦବ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ହିମାଂଶୁ ଆରୋରା, ଡ଼କ୍ଟର ରାମ ଅବତାର ଶର୍ମା ଡ଼କ୍ଟର ରାଜେନ୍ଦ୍ର ସାଇନି ସମ୍ମାନିତ ଅତିଥି ଭାବେ ଡ଼କ୍ଟର କମଳ ଯାଦବ,ଡ଼କ୍ଟର ସ୍ଵାତି ଆରୋରା, ଡ଼କ୍ଟର ଏସ କେ ରହିଲା ଓ ଶ୍ରୀମତୀ ପୁନମ ଭାଟିଆ ଯୋଗ ଦେଇଥିଲେ l ସାରା ଦେଶ ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ସମସ୍ତ ପ୍ରତିଭା ଙ୍କୁ ମାନ ପତ୍ର,ଟ୍ରଫି ସହିତ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଶ୍ରୀ କ୍ରିଷ୍ଣା ସେଠି ଙ୍କୁ ଏହି ଡ଼କ୍ଟରେଟ ଉପାଧି ରେ ସମ୍ମାନିତ ମିଳିଥିବାରୁ ଓଡିଶା ର ବିଭିନ୍ନ ଅଂଚଳ ର ସାମ୍ବାଦିକ ଓ ବିଭିନ୍ନ ସରକାରୀ i ବେସରକାରୀ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ର ସୁଅ ଚୁଟିବାରେ ଲାଗିଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ନିରାକାରପୁର ଜଗନ୍ନାଥ ମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ
ନିରାକାରପୁର ଜଗନ୍ନାଥ ମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ନିରାକାରପୁର, ଖୋର୍ଦ୍ଧା ଠାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

କଟିମାହା ଗ୍ରାମପଞ୍ଚାୟତ ସଭାଗୃହଠାରେ ପେସା ଦିବସ , ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟିମାହା ଗ୍ରାମପଞ୍ଚାୟତ ସଭାଗୃହଠାରେ ପେସା ଦିବସ , ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ…

ସିଜିମାଳି ଖଣି ଖନନ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ଖଣି ଖନନ ନିମନ୍ତେ ଦାବୀ
ସିଜିମାଳି ଖଣି ଖନନ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ଖଣି ଖନନ ନିମନ୍ତେ ଦାବୀ ରାୟଗଡା : ରାୟଗଡା ଓ କଳାହାଣ୍ଡି ଜ଼ିଲ୍ଲା ର ସୂଂଗେର…