ଲୁଟ୍ ର ଶୀକାର ମହିଳା ମାନେ ଫେରି ପାଲେ ନିଜ ସ୍ବର୍ଣ୍ଣ ଅଳଙ୍କାର।

ଲୁଟ୍ ର ଶୀକାର ମହିଳା ମାନେ ଫେରି ପାଲେ ନିଜ ସ୍ବର୍ଣ୍ଣ ଅଳଙ୍କାର।

ରେଶମ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ଆତଙ୍କରାଜ,ଛିନତାଇ, ଲୁଟ୍ ଓ ଚୋରି ଘଟଣାରେ ବ୍ରହ୍ମପୁର ପୋଲିସ ର ମୁଣ୍ଡ ବ୍ୟଥା ବଢ଼ି ଚାଲୁଥିବା ବେଳେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ଉଦ୍ୟମ ବଳରେ ଅଭିଜ୍ଞ ସମ୍ପନ୍ନ କର୍ମଚାରୀ ଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଉକ୍ତ ଟିମ୍ ର ବିଭିନ୍ନ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଫଳତା ପାଇଛନ୍ତି। ଯାହା ଫଳରେ ବିଗତ ଦିନରେ ବୈଦ୍ୟନାଥ ପୁର ଥାନା ଓ ଟାଉନ ଥାନା ରେ ଅଭିଯୋଗ ହୋଇଥିବା ସ୍ବର୍ଣ୍ଣ ଅଳଙ୍କାର ଲୁଟ୍ ଘଟଣା ର ପର୍ଦ୍ଧାଫାଶ ହୋଇଛି ଓ କଟକ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ୩ ଜଣ ଅଭିଯୁକ୍ତ କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଯେରା କରିବା ପରେ ପୋଲିସ ଲୁଟ୍ ହୋଇଥିବା ୩ ଟି ସୁନା ଚେନ ଓ ତରଳାଯାଇଥିବା କିଛି ସୁନା ଅଭିଯୁକ୍ତ ମାନଙ୍କ ଠାରୁ ପାଇ ଲୁଟ୍ ଶୀକାର ୪ ଜଣ ମହିଳାଙ୍କୁ ସାମ୍ବାଦିକ ସମ୍ମୀଳନୀ ଜରିଆରେ ବ୍ରହ୍ମପୁର ଏସ୍ ପି ଫେରାଇଛନ୍ତି ଓ ଲୁଟେରା ଗ୍ୟାଙ୍ଗ କୁ ଉଠାଇ ଆଣି ଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଛନ୍ତି। ଏତଦବ୍ୟତୀତ ଅଭିଯୁକ୍ତ ଆସ୍କା ଗଣ୍ଡାପଲୀ ଗ୍ରାମର ରବି ଦାସ, ଯାଜପୁର ପାତ୍ର ସାହିର ସୁମେନ୍ ପ୍ରଧାନ ଓ କଟକ ସହର ଶିଖରପୁର ଅଞ୍ଚଳର ସବିତା ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନୁସନ୍ଧାନ ରୁ ଜଣାପଡିଛି ଯେ ଗିରଫ ସବିତା ନାମରେ ପୁର୍ବରୁ ବିଭିନ୍ନ ଅଭିଯୋଗ ରହିଛି

Leave a Reply

Your email address will not be published. Required fields are marked *