ଲିମ୍ବଫଳର ଅଭାବୀ ବିକ୍ରି ଅଭିଯୋଗ

ଲିମ୍ବଫଳର ଅଭାବୀ ବିକ୍ରି ଅଭିଯୋଗ

ନୂଆପଡା 8 6 2024 (ଓମ୍ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲାର ଗରିବ ଏବଂ ଆଦିବାସୀଙ୍କ ଜୀବନ ଜିବିକାରେ ଲିମ୍ବଫଳ ଅନ୍ୟତମ । ହେଲେ ଏହି ଲିମ୍ବଫଳର ଅଭାବୀ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେଉଛି । ଜିଲ୍ଲାର ଅନେକ ଗ୍ରାମାଂଚଳ ସହ ଖଡିଆଳ ବ୍ଲକର ଗଦାପଦର, ବିରଘାଟ, ଦାବରୀ, ବେଲଡ଼ୁଙ୍ଗରୀ, କୂଶମାଲ, ଝାରସରମ, କୋଦାଲଡ଼ୁଙ୍ଗରୀ, ଖାସବାହାଲ, ସରଧାପୁର, ଖଇରଭାଡି ସହ ଅନ୍ୟନ୍ୟା ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଲେ ବସବାସ କରୁଥିବା ଲୋକେ ପ୍ରତି ବର୍ଷର ମଇ, ଜୁନ ମାସରେ ଲିମ୍ବଫଳ ସଂଗ୍ରହ କରିଥାନ୍ତି । ଗ୍ରାମର ମହିଳା, ପୁରୁଷ ଓ ଛୋଟପିଲା ମାନେ ଲିମ୍ବଗଛକୁ ଯାଇ ଲିମ୍ବଫଳ ତୋଲି ତାକୁ ସୁଖାଇ ସୁଖୁଲା ଫଳକୁ ଦଲାଲଙ୍କ ଠାରେ ବିକ୍ରୟ କରିଥାନ୍ତି । ଏହି ଲିମ୍ବଫଳକୁ ଏକ ଟିପା (ହାରାହାରୀ ୬ କେଜି)କୁ 80 ଟଙ୍କାରେ ବିକୃୟ କରିଥାନ୍ତି । ଏପରି ଅନେକ ପରିବାର ପ୍ରତି ବର୍ଷ ଲିମ୍ବଫଳରୁ ହଜାର ହଜାର ଟଙ୍କା ରୋଜଗାର କରିଥାନ୍ତି । ହେଲେ ଲିମ୍ବଫଳର କୌଣସି ସରକାରୀ ଦର ନଥିବାରୁ ଏହି ଫଳକୁ ନେଇ ଦଲାଇ ମାନେ ବେସ ଲାଭବାନ ହେଉଥିବା ବେଳେ ସଂଗ୍ରହକାରୀ କମ ଦରରେ ବିକ୍ରୟ କରି ଶୋଷଣର ଶିକାରରେ ପଡିଥାନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଲିମ୍ବଫଳରୁ ତେଲ ତିଆରୀ ହୋଇଥାଏ ଏବଂ ଏହି ତେଲ ଅଧ‌ିକ ଦରରେ ବଜାରରେ ବିକ୍ରୟ ହୋଇଥାଏ ।

Leave a Reply

Your email address will not be published. Required fields are marked *