ଲିଭ ଫର ଅଦର୍ସର ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ (ସେବା ଓ ସହଯୋଗ)ଆନୁକୂଲ୍ୟରେ ଆଜି ସେମିଳିଗୁଡା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଔଷଧୀୟ ବୃକ୍ଷ, ଫଳବୃକ୍ଷ ଓ ଅନ୍ଯାନ୍ଯ ବୃକ୍ଷ ରୋପଣ କରାଯାଇଥିଲା।ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିସ୍ଚାଧିକାରୀ ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡା ,ଅନ୍ଯାନ୍ଯ ସଦସ୍ଯ, ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,ଫାର୍ମାସିଷ୍ଟ ଭୂବନେଶ୍ବର ଦାସ, ଅନିରୁଦ୍ଧ ଜେନା,ଗଣେଶ୍ଵର ପାଣିଗ୍ରାହୀ, ସ୍ଵସ୍ତିକ ମିଶ୍ର, ସତ୍ଯ ନାରାୟଣ ଦାସ,ସଦନ,ଓ ଅନ୍ଯାନ୍ଯ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ଯ ଯେ ଅନୁଷ୍ଠାନ ତରଫରୁ ଦୁଇ ବର୍ଷ ତଳେ ଲଗାଯାଇଥିବା ବୃକ୍ଷ ଗୁଡିକ ବଡହୋଇ ଡାକ୍ତରଖାନାର ସୌନ୍ଦର୍ଯ୍ଯ ବୃଦ୍ଧି କରୁଛି।ଲିଭ ଫର ଅଦର୍ସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି।
Related Posts
ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ
ଭୁବନେଶ୍ୱର: (Abhishek Mohanty) ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ!ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ନିମାପଡ଼ା ବିଧାୟକ…
ବନ ସୁରକ୍ଷା ସପ୍ତାହ ପ୍ରଥମ ଦିନରେ ଚାରା ରୋପଣ କାର୍ଯ୍ୟକ୍ରମ
ବନ ସୁରକ୍ଷା ସପ୍ତାହ ପ୍ରଥମ ଦିନରେ ଚାରା ରୋପଣ କାର୍ଯ୍ୟକ୍ରମ ଗଜପତି -: (୩/୭/୨୦୨୪):ସୋମବାର ଠାରୁ ଆରମ୍ଭ ହୋଇଛି ବନ ସୁରକ୍ଷା ସପ୍ତାହ l ଏକ ସପ୍ତାହ…
କାଠ ଫାଳିଆ ମାଡ଼ରେ ଲିଭିଗଲା ଜୀବନ ଦୀପ।
କାଠ ଫାଳିଆ ମାଡ଼ରେ ଲିଭିଗଲା ଜୀବନ ଦୀପ। ଗଞ୍ଜାମ:ପୋଲସରା ଥାନା ଅର୍ନ୍ତଗତ ବାଲିଘାଇ ଗ୍ରାମର କଂଗ୍ରେସ ବେହେରା ନାମରେ ଜଣେ ବ୍ୟକ୍ତିଙ୍କ ଜୀବନ ଦୀପ ଲିଭି ଯାଇଛି…