ଲାୟନ୍ସ କ୍ଲବ ତରଫରୁ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ବଣ୍ଟନ ସେମିଳିଗୁଡା ପୌରପରିଷଦର ୫୦ଜଣ ସଫେଇ କର୍ମଚାରୀଙ୍କୁ ଶୀତ ବସ୍ତ୍ର, ଷ୍ଟିଲ ଥାଳି,ମିଷ୍ଟାନ୍ନ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିଲା।କ୍ଳବର ବରିଷ୍ଠ ସଦସ୍ଯ ଆନନ୍ଦ କୁମାର ପାଟୱାନିଆ ଓ ତାଙ୍କ ସହଧର୍ମିଣୀ ରାଜକୁମାରୀ ପାଟୱାନିଆଙ୍କ ସୌଜନ୍ୟରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା।ଡକ୍ଟର ଚିତ୍ତରଞ୍ଜନ ମିଶ୍ର ସମସ୍ତ ସଫେଇ କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ଯ ଓ ସହରର ସ୍ବଛତାରେ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।କ୍ଲବର ସଦସ୍ଯ ପାଟ୍ରିକ ଡୁଂଗଡୁଂଗ,ସନତ ସାହୁ,ସ୍ନିଗ୍ଧାରାଣୀ ମିଶ୍ର, ବବିତା ପାଣିଗ୍ରାହୀ,ରାଜେନ୍ଦ୍ର କୁମାର ପାତ୍ର, ରବୀନ୍ଦ୍ର ପାତ୍ର, ଅନନ୍ତ ସେନାପତି,ନୀଳମାଧବ ପାତ୍ର, ସ୍ବପ୍ନା ପାତ୍ର, ପ୍ରମୁଖ ବଣ୍ଟନ କାର୍ଯ୍ଯରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ ବୋଲି ଆଲୋଚନା କରାଯାଇ ସ୍ଥିର କରାଯାଇ ଥିଲା।
Related Posts

ଆଳୁ ଦର ସ୍ବାଭାବିକ ହେଉଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର:ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆସିବା ଆରମ୍ଭ ହୋଇଛି’-‘ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି, ଦର ୩୨/୩୪ ଟଙ୍କା ହେଲାଣି’-ତେବେ ମନ୍ତ୍ରୀ ୩୨/୩୪ କହୁଥିଲେ…

ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ସୁପରଭାଇଜର
:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ…

ଗୁଡାରି ରେଞ୍ଜର ବଡ଼ନାଳ ଡ୍ୟାମରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଗଣନା ଅନୁଷ୍ଠିତ
ଗୁଡାରି ରେଞ୍ଜର ବଡ଼ନାଳ ଡ୍ୟାମରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଗଣନା ଅନୁଷ୍ଠିତ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଡାରି ଗୁଡାରି ବନବିଭାଗ ପକ୍ଷରୁ ଏହି…