ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ଓଡିଆ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ବିଶିଷ୍ଟ ସାରସ୍ବତ ସାଧକ ଶ୍ରୀଯୁକ୍ତ ସୈାଭାଗ୍ୟବନ୍ତ ମହାରଣା ଯୋଗଦେଇ ଆଧୁନିକ କବିତାର ଭିତ୍ତି ଓ ବ୍ୟାପ୍ତି ଉପରେ ଆଲୋଚନା କରିବା ସହ ତାଙ୍କ ରଚିତ କବିତା ଓ ଆଲୋଚନା ପୁସ୍ତକ ପାଠାଗାରକୁ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି ଯୋଗଦେଇ ବ୍ରଜମୋହନ ଓ ଗଙ୍ଗାଧରଙ୍କ କବିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗ ମୁଖ୍ୟ ଡ. ଶାନ୍ତିଲତା ବାରିକ, ଅଧ୍ୟାପିକା ସଂଘମିତ୍ରା ମହାକୁର, ଯୋଶବନ୍ତୀ ସା, ଅଧ୍ୟାପକ ଡ.ଅଜିତ କୁମାର ନାଥ,ଡ.ରଂଜିତ ପ୍ରଧାନ,ଶ୍ରୀ ଚୂଳାରାଜ ମେହେର ମଂଚାସୀନ ରହି ଆଲୋଚନା ଚକ୍ରରେ ଭାଗନେଇଥିଲେ । ବିଭାଗର ଛାତ୍ରଛାତ୍ରୀ ପ୍ରୀତି ପ୍ରଧାନ, ବର୍ଷା ମେହେର, ସୋନାଲିକା ପ୍ରଧାନ, ସୁରେନ୍ଦ୍ର କୁମାର ଛୁରିଆ, ଅଞ୍ଜଳି ମେହେର, ଇନ୍ଦୁମତୀ ମାହାଣା, ସପ୍ନାରାଣୀ ପଧାନ, ଆକାଶ ଝାଙ୍କର, ଗୁଲଠୁ ମିନ ନିଜନିଜର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ଶେଷରେ ଯଶୋବନ୍ତୀ ସା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବିଙ୍କର ଧର୍ମପତ୍ନୀ ଭାରତୀ ମହାରଣା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ଓଡିଆ ସମ୍ମାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *