ଲଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତମ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ…କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମ ପଞ୍ଚାୟତର ଲଦାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକରେ ପ୍ରଥମେ ସମସ୍ତ ଅତିଥି ଙ୍କୁ ବିଦ୍ୟାଳୟ ର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସୁମଧୁର କଣ୍ଠରେ ସ୍ୱାଗତ ସଂଗୀତ ଗାନ କରାଯାଇ ସ୍ୱାଗତ କରାଯାଇଥିଲା l ଏହାପରେ ଧୂପ, ଦୀପ ପ୍ରଜ୍ବଳନ କରି ପ୍ରାର୍ଥନା କରାଯାଇଥିଲା l ଏଥିସହ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ ସହ ବିଦ୍ୟାଳୟ ପରିଦର୍ଶନ ର କାର୍ଯ୍ୟ କରି ବିଦ୍ୟାଳୟ ବିଷୟରେ ଆଲୋଚନା କରାଯାଇଥିଲା l ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ,ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ ଯୋଜନା, ଶ୍ରେଣୀ ପରିଚାଳନା ସମୟରେ ସୁବିଧା ଓ ଅସୁବିଧା, ମାନନୀର୍ଧାରଣ ଟ୍ରାକର ରେଜିଷ୍ଟ୍ରର,କ୍ୟାରିୟର ମାର୍ଗଦର୍ଶନ ୱେବ୍ସାଇଟ ଓ ରୋଷେୟା ଙ୍କ ପାଇଁ ତାଲିମ ବିଷୟରେ ଆଲୋଚନା କରାଯାଇଥିଲା l ଏଥିରେ କଟିମାହା କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର, ଟିକାବାଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ବେହେରା,ଶିକ୍ଷକ ଶ୍ରୀଯୁକ୍ତ ତପନ ନାୟକ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଲତା ମଲିକ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏଥିସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ l ବିଦ୍ୟାଳୟ ର ଏହିପରି ଉତ୍ତମ ପରିଚାଳନା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ନାୟକ ଓ ସହଯୋଗୀ ଙ୍କୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ l
Related Posts

ଆଦିକନ୍ଧ ନାୟକ ଯନ୍ତୀ ମନମୁଖୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଳ ପ୍ରକଳ୍ପ ଅଧିକ୍ଷଣ ଯନ୍ତୀ ହଟହଟା ସହ ବୁଢି ଅଞ୍ଚଳବାସୀଙ୍କ ଦାନ୍ତରେ କୁଟାଧରି ଖେମାମାଗିଲେ ।
ଆଦିକନ୍ଧ ନାୟକ ଯନ୍ତୀ ମନମୁଖୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଳ ପ୍ରକଳ୍ପ ଅଧିକ୍ଷଣ ଯନ୍ତୀ ହଟହଟା ସହ ବୁଢି ଅଞ୍ଚଳବାସୀଙ୍କ ଦାନ୍ତରେ କୁଟାଧରି ଖେମାମାଗିଲେ । ଆର,ଉଦୟଗିରି-…

ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ।
ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ।ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।…

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଚନ୍ଦ୍ରପୁର ବ୍ଲକ ରେ ଅନୁଷ୍ଠିତ
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଚନ୍ଦ୍ରପୁର ବ୍ଲକ ରେ ଅନୁଷ୍ଠିତ ରାୟଗଡା : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ମଙ୍ଗଳ…