ଲଗାଣ ଝଡବର୍ଷରେ ଭୂଷୁଡିଲା ଘର, ଅଳ୍ପକେ ବତ୍ତିଲେ ପରିବାର ଲୋକେ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦିନ ତମାମ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହେବା ସହିତ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ସହ କିଛି ସ୍ଥାନରେ ଘର ମଧ୍ୟ ଭୂଷୁଡି ପଡିଥିବା ଜଣାପଡିଛି । ଗଜପତି ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ସମୟରେ ମୋହନା ବ୍ଳକର ଅଡବା ଗ୍ରାମ ଖ୍ରୀଷ୍ଟାଆନ ସାହିରେ ବାସ କରୁଥିବା ବିପିନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ପୁଅ ଘରେ ମଧ୍ୟାହ୍ନ ଭୋଜନ ଲାଗି ବସିଥିବା ବେଳେ ହଠାତ୍ ତାଙ୍କର ଝାଟିମାଟିରେ ନିମିତ ଘରର କାନ୍ଥ ଭୂଷୁଡି ପଡିଥିଲା । ଫଳରେ ବାପା ଓ ପୁଅ ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇଥିଲେ । କିନ୍ତୁ ବିପିନଙ୍କର ସ୍ତ୍ରୀ ବାହରକୁ ଯାଇପାରିନଥିବାରୁ ତାଙ୍କର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି । ଫଳରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ କିଛି ଦିନରୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିବାବେଳେ ପାହାଡିଆ ଅଞ୍ଚଳ ଗୁଡିକରେ କ୍ଷୟକ୍ଷତି ହେବାର ଆଶାଙ୍କା କରି ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀମହଲରେ ଦାବୀ ହେଉଛି ।
Related Posts
ଗଜପତି ଜିଲା ଷୋହଳ ଖଣ୍ଡ ଗୋପାଳ ସମାଜ ର ନନ୍ଦ ଉତ୍ସବ ପାଳିତ l
ଗଜପତି ଜିଲା ଷୋହଳ ଖଣ୍ଡ ଗୋପାଳ ସମାଜ ର ନନ୍ଦ ଉତ୍ସବ ପାଳିତ l ଧୁମ ଧାମ ରେ ପାଳନ କଲେ ନନ୍ଦ ଉତ୍ସବ ଆର,ଉଦୟଗିରି(ମନୋଜ କୁମାର…
ଯାଜପୁର ବ୍ଲକ ସାହସପୁର ପଂଚାୟତ ଗୋବିନ୍ଦପୁର ଗାଁରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି।
ଯାଜପୁର: ଯାଜପୁର ବ୍ଲକ ସାହସପୁର ପଂଚାୟତ ଗୋବିନ୍ଦପୁର ଗାଁରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଭାଗିରଥୀ ସେଠୀ, ସାବିତ୍ରୀ ସେଠୀ ଓ ଚରେଇ ସେଠୀଙ୍କ…
ଆର,ଉଦୟଗିରି ଓ ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ
ଆର,ଉଦୟଗିରି ଓ ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ଆର,ଉଦୟଗିରି (ମନୋଜ କୁମାର ପାଢୀ/୧୭/୭/ :ଆଦିବାସୀ ବହୁଳ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଅନେକ ସରକାରୀ ଜମି…