ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର।
ବ୍ରହ୍ମପୁର ସରକାରୀ ରେଳବାଇ ପୋଲିସ ଥାନା ଅର୍ନ୍ତଗତ ରାମନଗର ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛନ୍ତି ପୋଲିସ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। କୌଣସି ଗାଡ଼ିରୁ ଖସି କିମ୍ବା କୌଣସି ଦୁର୍ଘଟଣା ବଶତଃ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳୁଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।