ରେଡ ଡ୍ରପ ମାରାଥନ ପାଇଁ ନିଷ୍ଠା ପରିବାର ର ପ୍ରେସ ମିଟ କରାଯାଇଥିଲା। ବରଗଡ ୨୩,୧୨- (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫ ରୁ ପ୍ରେସ ବୈଠକ ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ, ଠାରେ ଅନୁଷ୍ଠିତ ହୋଇଥିଲା ।୨୦୧୦ ମସିହା ଜୁନ ୧୪ ରୁ ଆରମ୍ଭ ହୋଇ ନିରନ୍ତର ଭାବରେ ସେବା କାର୍ଯ୍ୟ ଜାରି ରଖି ଆସୁଅଛି ।ଅସହାୟ, ଦୁଃଖୀ ,ନିରାଶ୍ରୟ ରୋଗୀ ଙ୍କ ସେବା ପାଇଁ ବୁର୍ଲା ଓ ବରଗଡ଼ ଡାକ୍ତରଖାନା ରେ ନିଷ୍ଠା ର ସ୍ବେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି ।ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, “ନିଷ୍ଠା ଜୀବନରେଖା” ଆମ୍ବୁଲାନ୍ସ ସେବା ତଥା କରୋନା କାଳ ରେ ନିଷ୍ଠା ପରିବାର ଯଥା ସମ୍ଭବ ସେବା ଯୋଗାଇଛି ।ନିରାଶ୍ରିତ ଲୋକଙ୍କୁ ଥଇଥାନ କରି ସେବା ଯୋଗାଇବା ଆସୁଛନ୍ତି। ଭବିଷ୍ୟତ ରେ ବୃଦ୍ଧାଶ୍ରମ ତିଆରିହେବାର ପରିକଲ୍ପନା ଆହୁରି ଏକ ପରିକଳ୍ପନା ଅଛି। ରକ୍ତ ର ଅଭାବ କୁ ଦୂର କରିବା ପାଇଁ ରକ୍ତ ଦାନ କ୍ଷେତ୍ରରେ ଏକ ନିଆରା କାର୍ଯ୍ୟକ୍ରମ “ରେଡ ଡ୍ରପ ମାରାଥନ” ନାମରେ ଆସନ୍ତା ତା.୦୧-୦୧-୨୦୨୫ରିଖ ରୁ ତା-୦୨-୦୨-୨୦୨୫ ଦୀର୍ଘ ୩୩ ଦିନ ଧରି ପ୍ରତ୍ୟେକ ଦିନ ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆରମ୍ଭ କରିବାକୁ ଯାଉଛି ନିଷ୍ଠା ପରିବାର ।ଏହି ରେଡ ଡ୍ରପ ମାରାଥନ ର ଶୁଭ ଉଦଘାଟନ ଉତ୍ସବ ଆସନ୍ତା ତା.୨୫-୧୨-୨୦୨୪ରିଖ ବୁଧବାର ଦିନ ସନ୍ଧ୍ୟା ୬.୦୦ ଘଣ୍ଟା ସମୟରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ହେବାର ସ୍ଥିରୀକୃତ ହୋଇଅଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗଦାନ କରି ସଫଳ କରିବା ପାଇଁ ନିଷ୍ଠା ପରିବାର ର ବିନମ୍ର ନିବେଦନ । ଆଜିର ଏହି ପ୍ରେସ ମିଟ୍ ରେ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଚି ପଣ୍ଡା,ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Related Posts
ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା
ଛେଳିଗଡ ପ୍ରକଳ୍ପ ବିସ୍ଥାପିତଙ୍କ ବିକ୍ଷୋଭ ଛେଳିଗଡ ଜଳପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ବୈଠକ ବାରମ୍ବାର ସତ୍ତ୍ବେ ସମସ୍ୟାର ସମାଧାନ ହେଇ…
ବେଆଇଭାବେ ମାଙ୍ଗାନିଜ୍ ପଥର ଚୋରାଚାଲଣା ,ଟ୍ରାକ୍ଟର ଜବତ ,୩ ଅଟକ
ବେଆଇଭାବେ ମାଙ୍ଗାନିଜ୍ ପଥର ଚୋରାଚାଲଣା ,ଟ୍ରାକ୍ଟର ଜବତ ,୩ ଅଟକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବନାଞ୍ଚଳ କର୍ମଚାରିମାନେ ଲେଲ୍ଲିଗୁମା ସଂରକ୍ଷିତ ଜଙ୍ଗଲ ମଧ୍ୟରେ…
ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ।
ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ। ଆଜି ଗୁଜରାଟର ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୁଲିସ୍ ୫ ହଜାର କୋଟି…