ରେଡକ୍ରସ ପିଲା ପାଳିଲେ ବିଶ୍ଵ ଏଡ଼ସ ଦିବସ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଛି। ଉକ୍ତ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତି ଆସନ ଅଳଙ୍କୃତ କରି ଏଡ଼ସ ବିଷୟରେ ସଚେତନର ବାର୍ତ୍ତା ପ୍ରଚାର କରିଥିଲେ। ଏଥି ସହିତ ଉକ୍ତ ସଭାରେ ବିଦ୍ୟାଳୟର ଜେ. ଆର୍. ସି. କାଉଁସେଲର ଶ୍ରୀଯୁକ୍ତ ସଞ୍ଜୟ ଗୌଡ଼, କେଦାରନାଥ କର, ପ୍ରଜ୍ଞାଦିପ୍ତା ପାଇକ, ସଂଗୀତା କୁମାରୀ ସାହୁ, ପ୍ରହ୍ଲାଦ ଶିଅଳ ଉପସ୍ଥିତ ରହି ଏଡ଼ସ ବିଷୟରେ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଉକ୍ତ ସଭାକୁ ପରିଚାଳନା କରିଥିଲେ।
Related Posts

କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ଵିତୀୟ ପର୍ଯାୟ ତାଲିମ ଅନୁଷ୍ଠିତ
କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ଵିତୀୟ ପର୍ଯାୟ ତାଲିମ ଅନୁଷ୍ଠିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 21/11/2024 ରିଖ ଗୁରୁବାର ଦିନ…

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ।
ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ…

ନୂତନ ସରକାର ଆମ ପ୍ରତି ସ୍ୱହୃଦୟ ହୁଅନ୍ତୁ
ନୂତନ ସରକାର ଆମ ପ୍ରତି ସ୍ୱହୃଦୟ ହୁଅନ୍ତୁ ଗଜପତି (୨୦/୬/୨୦୨୪ ):ଗତ ସରକାରଙ୍କୁ ବହୁ ଵାର ଦାବି, ଅନୁରୋଧ, ନିବେଦନ ଆଦି ବାରମ୍ବାର କରିବା ପରେ ସୁଦ୍ଧା…