ରାୟଗଡ ସାହିତ୍ୟ ମହୋତ୍ସବ ପାଳିତ

ରାୟଗଡ ସାହିତ୍ୟ ମହୋତ୍ସବ ପାଳିତ

ରାୟଗଡା : ସାହିତ୍ୟରେ ଭଲ ଲେଖା ଥିବ କିନ୍ତୁ ଭଲ ଲେଖକ କେହି ନୁହଁନ୍ତି । ଭଲ ଲେଖକ ହେବା ଏତେ ସହଜ ନୁହଁ । ସାହିତ୍ୟରେ ସମସ୍ତେ ଶିଖୁଛୁ, କେହି ମାଷ୍ଟର ନୁହଁନ୍ତି ବୋଲି ବରିଷ୍ଠ କଥାକାର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ରାୟଗଡ ସାହିତ୍ୟ ମହୋତ୍ସବର ଉଦଘାଟକ ଭାବେ ଯୋଗଦେଇ କହିଛନ୍ତି । ରାୟଗଡ ମାଟି ସୃଜନର ମାଟି । କୋରାପୁଟ ମାଟିରେ ମୋର ପ୍ରଥମ ସୃଜନ । ଏହି ଗପ ପାଇଁ ପାଠକଙ୍କ ତିରସ୍କାର ହିଁ ମୋ ପାଇଁ ଆଜିର ପୁରସ୍କାର । ତେବେ ପାଠକର ଅଶରିରୀ ସ୍ବପ୍ନକୁ ସାକାର କରିବା ହିଁ ବାସ୍ତବରେ ସାହିତ୍ୟ । ବୋଲି ଶ୍ରୀଯୁକ୍ତ ମିଶ୍ର କହିଥିଲେ। ରାୟଗଡ ସାହିତ୍ୟ ମହୋତ୍ସବର ଅଧ୍ୟକ୍ଷ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବର୍ଣ୍ଣାଢ୍ୟ ସାହିତ୍ୟ ସମାରୋହରେ ସାଧାରଣ ସମ୍ପାଦକ ତଥା କବି ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ସହ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଲାବଣ୍ୟ ଶବର ଓ ରାୟଗଡ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଯୋଗଦେଇ ରାୟଗଡ ସାହିତ୍ୟ ଓ ସୃଜନର ପରିସ୍ଫୁଟନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ରାୟଗଡ ସାହିତ୍ୟ ମହୋତ୍ସବର ସ୍ମରଣୀକା ଶବ୍ଦରାଗ , ଉଦଘାଟକଙ୍କ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ଏବଂ କବି ଡ଼ ଗୌରାଙ୍ଗ ରାଉତ ଶତ ଶତ ସାତ ପାଦୀ ପୁସ୍ତକ ର ଶୁଭ ଉନ୍ମୋଚନ ହୋଇଥିଲା । ପରେ ମୁଖ୍ୟ ଅତିଥିଙ୍କୁ ରାୟଗଡ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନ ଭାବେ ଉପଢୌକନ, ମାନପତ୍ର, ଲାଉତୁମ୍ବାର ସ୍ମାରକୀ ଏବଂ ନଗଦ ଦଶ ହଜାର ଟଙ୍କା କମିଟିର ସମସ୍ତ ସଦସ୍ୟସଦସ୍ୟାଙ୍କ ଗହଣରେ ପ୍ରଦାନ କରାଯାଇଥିଲା । ଚିତ୍ରକର ଭୂଷଣ ଖୋସ୍ଲା ନିଜ ଦ୍ଵାରା ଅଙ୍କିତ ତରୁଣକାନ୍ତିଙ୍କ ତୈଳ ଚିତ୍ରକୁ ମୁଖ୍ୟ ଅତିଥିଙ୍କୁ ଅର୍ପଣ କରିଥିଲେ । ଅପରପକ୍ଷେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଅନୁବାଦକ ପୁରସ୍କାର ପ୍ରାପ୍ତ ଅନୁବାଦକ ବଙ୍ଗାଳି ନନ୍ଦଙ୍କୁ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ଏବଂ ଦିବଙ୍ଗତ ସାହିତ୍ୟିକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଉତ୍ସବର ସାଙ୍ଗଠନିକ ସମ୍ପାଦକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ କବି ଶ୍ରୀଧର ପଟ୍ଟନାୟକ ସଂଯୋଜନା କରିଥିଲେ ଦ୍ବିତୀୟ ସୋପାନରେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗଳ୍ପ ସ୍ତବକରେ ପ୍ରଶାସକ ରମେଶ ଟାକ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଠ ଗାଳ୍ପିକା ଡ଼ଃ ଜୟନ୍ତୀ ରଥ ଯୋଗଦେଇ ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ ଅବତାରଣା କରିଥିଲେ । ମୁଖ୍ୟ ବକ୍ତା ଡ଼ଃ ପ୍ରଦୀପ କୁମାର ମିଶ୍ର ଗପ ଆଙ୍ଗିକ ପରିପାଟି ସମ୍ପର୍କରେ ନିଜସ୍ଵ ବକ୍ତବ୍ୟ ରଖିଥିଲେ । କମିଟିର ଯୁଗ୍ମ ସମ୍ପାଦକ ଜଗଦୀଶ ଚନ୍ଦ୍ର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବେବିରାଣୀ ନନ୍ଦ ସଂଯୋଜନା କରିଥିଲେ । ଗାଳ୍ପିକ ବିମଳ ଚାନ୍ଦ ପଟ୍ଟନାୟକ, ସସ୍ମିତା ମିଶ୍ର, ରବି ଶତପଥି ଓ ତ୍ରିବେଣୀ ମିଶ୍ର ଗଳ୍ପ ପଠନ କରିଥିଲେ । ଡ଼ ବିପିନ ବିହାରୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ କବିତା କଲ୍ଲୋଳର ପ୍ରଥମ ସ୍ତବକରେ ମୁଖ୍ୟ ଅତିଥି ଭାବେ ଡ଼ଃ କବିତା ବାରିକ ଯୋଗଦେଇ ଓଡ଼ିଆ କବି ଓ କବିତା ସମ୍ପର୍କରେ ସାର ଗର୍ଭକ ଅଭିଭାଷଣ ରଖିଥିଲେ ଏବଂ ସମ୍ମାନିତ ଅତିଥି ଡ଼ଃ କମଳା କୃଷ୍ଣ ତ୍ରିପାଠୀ ଅବିଭକ୍ତ କୋରାପୁଟ ଜିଲ୍ଲାର କବିତାର ବିଭବ ଓ ଧାରା ସମ୍ପର୍କରେ କହିଥିଲେ । ଗବେଷକ ଶ୍ରୀରଙ୍ଗ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଲାବଣ୍ୟ ମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କବିତା କଲ୍ଲୋଳର ଦ୍ବିତୀୟ ପର୍ବରେ ଅରୁଣ କୁମାର ଲେଙ୍କା, ସଦାଶିବ ରାଜଗୁରୁ, ଦେବେନ୍ଦ୍ର ବାଉରୀ, ଅରୁଣ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାଶ୍ଵେତା ପାଣିଗ୍ରାହୀ, ନିରଞ୍ଜନ ନାୟକ, ପ୍ରଫୁଲ୍ଲ ପାଢ଼ୀ, ପ୍ରଶାନ୍ତି ସାହୁ, ରାଧା ମୋହନ ପାଣିଗ୍ରାହୀ, ପ୍ରଦୀପ ନାୟକ, ସସ୍ମିତା ଆଚାର୍ଯ୍ୟ ପ୍ରମୁଖ କବିତା ସଂଯୋଜନା କରିଥିଲେ । ସମସ୍ତ ଅତିଥି, ଗାଳ୍ପିକ ଓ କବିଙ୍କୁ ମହୋତ୍ସବ କମିଟି ପକ୍ଷରୁ ପୁଷ୍ପଗୁଛ ସହ ସ୍ମୃତି ସ୍ମାରକୀ ଦେଇ ସମ୍ମାନିତ କରାଯାଇଥିଲା ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *