ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏଇଡସ ଦିବସ ପାଳିତ ରାୟଗଡ଼ା :– ଆଜି ତା ୦୧-୧୨-୨୦୨୪ ରିଖ ସକାଳ ୧୦.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ ମହବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଯୁବ ରେଡ୍ କ୍ରସ ତରଫରୁ “ ବିଶ୍ଵ ଏଡ଼ସ୍ ଦିବସ” ପାଳିତ ହୋଇଯାଇଛି। ସକାଳ ୮.୩୦ ଘଣ୍ଟା ସମୟରେ ଯୁବ ରେଡ କ୍ରସ, ଏନ୍.ସି.ସି, ଏନ୍.ଏସ.ଏସ ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଏଡ଼ସ୍ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଃ. ଆନନ୍ଦ ପାଢ଼ୀ ଓ ଡଃ. ଭେଙ୍କଟରମଣ ଯୋଗଦେଇଥିଲେ । ପ୍ରଥମେ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଵଳନ କରାଯାଇ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ବବିଲତା ସରାଫ ଅଭିଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ମାନେ ଏଡ଼ସ ରୋଗରୁ କେମିତି ସଚେତନ ହେବା ଓ ସୁସ୍ଥ ରହିବା ବିଷୟରେ ଅବଗତ କରାଇଥିଲେ । ୩୦-୧୧-୨୦୨୪ ତାରିଖ ରେ ଏଡ଼ସ୍ ଦିବସ ଉପଲକ୍ଷେ ଚିତ୍ରାଙ୍କନ, ରଙ୍ଗୋଲୀ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ରେଡ କ୍ରସ ର କାଉନସିଲର ଶ୍ରୀ ପ୍ରଶାନ୍ତ କୁମାର ସାହୁ ,ତୃପ୍ତିମୟୀ ଭୋଇ, ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ମୋନାଲିସା ପାଣିଗ୍ରାହୀ, ଏନ.ସି.ସି ଅଫିସର ଲେଫ୍ଟନାନ୍ଟ ଉଦୟ ନାଏକ, ଡଃ. ସରସ୍ଵତୀ ରାୟ ଓ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ସହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
“ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର…
ସର୍ଗୀବାହାଲ କାଳୀ ପୂଜା ଅବସରରେ ରକ୍ତଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ସର୍ଗୀବାହାଲ କାଳୀ ପୂଜା ଅବସରରେ ରକ୍ତଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ- ୩, ୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ପଦମ ପୁର ଅନ୍ତର୍ଗତ…
“ମାଁ ପାଇଁ ଗଛଟି ” ରୋପଣ କରିବାକୁ ଆହ୍ବାନ
“ମାଁ ପାଇଁ ଗଛଟି ” ରୋପଣ କରିବାକୁ ଆହ୍ବାନ ଆର,ଉଦୟଗିରି (୨୯/୬/୨୦୨୪/:ଗଜପତି ଜିଲ୍ଲା ଚନ୍ଦ୍ରଗିରି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ବିଶ୍ବ ରକ୍ତ ଶିକୁଳି ଦିବସ…