ରାୟଗଡା ସହର ର 42 ତମ କାଳୀପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ରାୟଗଡା : ରାୟଗଡା ଫ୍ରେଣ୍ଡସ ୟୁଥ ଆଶ୍ସୋସିଏସନ ଦ୍ୱାରା ପରିଚାଳିତ 42 ତମ କାଳୀପୂଜା ନିମନ୍ତେ ଗତ କଲି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ଲ. ବ୍ଲକ କଲୋନୀ ନିକଟରେ ଥିବା କାଳୀମନ୍ଦିର ରେ ପୁରୋହିତ ନଳିନୀକାନ୍ତ ଦାସ ଙ୍କ ଦ୍ୱାରା ପୂଜାର୍ଚନା ପରେ ଶୁଭ ମୁହୂର୍ତ୍ତ ରେ ଖୁଣ୍ଟି ସ୍ଥାପନା କରାଯାଇଥିଲା ଲ କର୍ତା ଭାବେ ଶିବ ପଟ୍ଟନାୟକ, ସହ କର୍ତ୍ତା ଭାବେ ଶିବାଜୀ ଦାସ ଓ ସନ୍ତୋଷ ରଥ ଉପସ୍ଥିତ ରହିଥିଲେ l ଶୁଭଖୁଣ୍ଟି ସ୍ଥାପନା ପରେ ପରେ ମା ଙ୍କ ଆଜ୍ଞା ମାଳ ନିମନ୍ତେ ପାଇକପୋଡ଼ା ସ୍ଥିତ ପ୍ରସିଦ୍ଧ ଦକ୍ଷିଣ କାଳୀ ମନ୍ଦିର ଅଭିମୁଖେ ପୂଜା କମିଟି ସଦସ୍ୟ ଙ୍କ ସହିତ ବହୁ ଭକ୍ତ ମାନେ ପାଇକପଡା ଯାଇ ସେହିଠାରେ ପୂଜା କରିବା ପରେ ଆଜ୍ଞା ମାଳ ଆଣିଥିଲେ l କାରିଗର ଙ୍କ ଦ୍ୱାରା ମୂର୍ତ୍ତି କାମ ଆରଂଭ ହୋଇଛି l ଚଳିତ ମାସ ଅକଟୋବର 31 ରୁ ଆସନ୍ତା ମାସ ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ମା ଦକ୍ଷିଣକାଳୀ ଙ୍କ ଦଶ ମହାବିଦ୍ୟା ପୂଜାର୍ଚନା ହେବାଓ 10 ତାରିଖ ରେ ବିଶର୍ଜନ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଏହି ଶୁଭ ଖୁଣ୍ଟି ସ୍ଥାପନା ସମୟରେ ସଭାପତି ଦିଲୀପ ପଟ୍ଟନାୟକ, ଉପ ସଭାପତି ଶିବାଜୀ ଦାସ, ଶିବ ପଟ୍ଟନାୟକ, ଗୌରୀ ପଟ୍ଟନାୟକ, ପ୍ରଶ୍ନ କୁମାର ରାଓ ଙ୍କ ସହିତ ବହୁ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ରହିଥିଲେ lରାୟଗଡା ରୀ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ପ୍ୟାରିସ୍ : ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ଭାରତୀୟ ସୁଟର ରୁବିନା ଫ୍ରାନ୍ସିସ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର…
ନା୍ଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ
ନା୍ଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଓଡ଼ିଶା ଆସିବ ଆଳୁ ଭୁବନେଶ୍ୱର: ଓଡ଼ିଶାରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।…
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ ଗଜପତି(ମନୋଜ ପାଢୀ/ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ…