ରାୟଗଡା ରେ ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର ଆହତ।
ରାୟଗଡା ରେ ଟାଙ୍କି ଫାଟି ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପଠାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ପରିବାରବର୍ଗ ବିଶାଖାପାଟଣା ନେଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଆହତ ୩ଜଣ ଆୟାପ୍ପା ମାଳା ଧାରଣ କରିଥିବାରୁ ରାଣିଗୁଡ଼ା ଫାର୍ମ ଅଂଚଳର ହାତିପଥର ନିକଟସ୍ଥ ସାହିରେ ଏକ ଭଡ଼ା ଘର ନେଇ ସେଠାରେ ରହୁଥିଲେ । ଆଜି ଭୋର ସକାଳୁ ଦୁଇ ଜଣ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଜଣେ ସକାଳୁ କୌଣସି କାମ ପାଇଁ ଗ୍ୟାସ ସିଲିଣ୍ଡର ଅନ୍ କରିବା ସମୟରେ ଟାଙ୍କି ନିଆଁ ଲାଗି ଫାଟି ଯାଇଥିଲା । ଫଳରେ ୩ଜଣ ଗୁରୁତର ଆହତ ହୋଇଥିଲେ ।
ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ