ରାୟଗଡା ବିଧାୟକ ଙ୍କ କାଶୀପୁର ଗସ୍ତ। ଘର ପଡି ଅସହାୟ ବିଧବା ଙ୍କୁ ସହାୟତା ଏବଂ ମାଁ ଭଗବତୀ SSG କେନ୍ଦ୍ର କୁ ପରିଦର୍ଶନ।

ରାୟଗଡା ବିଧାୟକ ଙ୍କ କାଶୀପୁର ଗସ୍ତ। ଘର ପଡି ଅସହାୟ ବିଧବା ଙ୍କୁ ସହାୟତା ଏବଂ ମାଁ ଭଗବତୀ SSG କେନ୍ଦ୍ର କୁ ପରିଦର୍ଶନ।

ରାୟଗଡ଼ା – ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବ ସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣ ରେ ସମ୍ପୂର୍ଣ ଜଳି ଯାଇଥିଲା। ଘଟଣାରେ ବୃଦ୍ଧା ଜଣକ ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ ପ୍ରଶାସନ କୁ ଗୁହାରି କରିଥିଲେ। ସମ୍ପୃକ୍ତ ଘଟଣା ଗଣମାଧ୍ୟମ ରେ ପ୍ରସାର ପ୍ରଚାର ହେବା ପରେ ଆଜି ରାୟଗଡା ବିଧାୟକ ଶ୍ରୀ ଆପଲ ସ୍ୱାମୀ କାଡ୍ରାକା କାଶୀପୁର ଗସ୍ତ ରେ ଆସି ଅସହାୟ ପରିବାରକୁ ସହାୟତା ର ହାତ ବଢ଼େଇଛନ୍ତି। କାଶୀପୁର ରେ ଅସହ୍ୟ ସିତ ହେଉଥିବା ଜାଣି ପରିବାର ପାଇଁ ସିତ ବସ୍ତ୍ର, କମ୍ବଳ , ଶାଢ଼ୀ ଏବଂ ଚାଉଳ ଓ କିଛି ଆସବା ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ସମ୍ପୂର୍ଣ କ୍ଷୟକ୍ଷତି କୁ ଅନୁମାନ କରି ବ୍ଲକ ପ୍ରଶାସନ ଓ ତହସିଲ ଅଧିକାରୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଥିଲେ ଏବଂ ତାଙ୍କ ପକ୍ଷରୁ ଯଥାସମ୍ଭବ ସହଯୋଗ କରିବେ ବୋଲି ବିଧବା ବୃଦ୍ଧାଙ୍କୁ କହିଥିଲେ।ଏହାପରେ ଶ୍ରୀ କାଡ୍ରାକା ଉକ୍ତ ସାହୀ ସ୍ଥିତ ମାଁ ଭଗବତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ କେନ୍ଦ୍ର କୁ ପରିଦର୍ଶନ କରିଥିଲେ। ଶିଶୁ ଖାଦ୍ୟ ଛତୁଆ ପ୍ରସ୍ତୁତ ସମୟରେ ସ୍ୱୟଂ ସହାୟିକା ମହିଳା ମାନେ କେଉଁପ୍ରକାର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରୁଛନ୍ତି ଏବଂ ଛତୁଆ ପ୍ରସ୍ତୁତି ସାମଗ୍ରୀ ଓ କେଉଁ ମାନର ଛତୁଆ ପ୍ରସ୍ତୁତି କରାଯାଉଛି ଏହାର ଟିକିନିକି ତଥ୍ୟ ପଚାରି ବୁଝିଥିଲେ।ଏହି ଅବସର ରେ ବିଧାୟକ ଙ୍କ ସହ ସଂସଦ ପ୍ରତିନିଧି ସାନ୍ଧୁଚରଣ ମାଝୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯସେଫ ଖସଲା,ବ୍ଲକ ସଭାପତି ଅଙ୍ଗଦ ନାଏକ,ବ୍ଲକ ଯୁବ ସଭାପତି ଜିଝରୁ ମାଝୀ,ରାଜ୍ୟ କୃଷକ ସେଲ ସମ୍ପାଦକ ପି. ଦେବେନ୍ଦ୍ର ରାଓ,ଜୟନ୍ତୁ ବୋଇଠାରୁ,ରାଜେନ୍ଦ୍ର ନାଏକ,ସୁନାସିଂ ମାଝୀ,ପାଇଲ ମାଝୀ, କୁନାପାଢୀ ନାଏକ, ମିଥୁନ ନାଏକ, ବ୍ଲକ ନାରୀଶଭାନେତ୍ରୀ ଗୌରୀ ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *