ରାୟଗଡା ଜିଲ୍ଲା ଡିଜିଟାଲ ମିଡିଆ (ଆରଡିଏମ) ର ନୂତନ କାର୍ଯ୍ୟକର୍ତା ଚୟନ ହେଇଯାଇଛି ।

ରାୟଗଡା ଜିଲ୍ଲା ଡିଜିଟାଲ ମିଡିଆ (ଆରଡିଏମ) ର ନୂତନ କାର୍ଯ୍ୟକର୍ତା ଚୟନ ହେଇଯାଇଛି ।

ରାୟଗଡା ଜିଲ୍ଲା ଡିଜିଟାଲ ଗଣମାଧ୍ୟମ ସଙ୍ଘ (ଆର ଡିଏମ) ର ନୂତନ କାର୍ଯ୍ୟକର୍ତ୍ତା ଚୟନ ହେଇଯାଇଛି । ବୈଠକରେ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଲକ ରୁ ୫୦ ରୁ ଉର୍ଦ୍ଧ୍ବ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଆଜି ରାୟଗଡ଼ା ସଦର ମହକୁମା ଫରେଷ୍ଟର ପାର୍କ ଠାରେ ଏକ ଜରୁରୀ ବାର୍ଷିକ ସାଧାରଣ ନିକାୟ ବୈଠକ ଅନୁଷ୍ଠିତ ହେଇଯାଇଥିଲା । ବୈଠକରେ ୨୦୨୪ ବର୍ଷ ର ସଙ୍ଘ ସଂପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ବିଗତ ବର୍ଷ ମାନଙ୍କରେ ଜିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ଯ୍ୟରୋତ୍ତ ଡିଜିଟାଲ ଗଣମାଧ୍ୟମ ଏହି ସଙ୍ଘ ର ସଭ୍ୟ ମାନେ ଓଡ଼ିଶା ଡିଜିଟାଲ ମିଡିଆ ଛାତ୍ରଛାୟା ରେ ରହିଆସୁଥିବା ବେଳେ ମହାସଂଘ ଦାଇତ୍ୱ ରେ ଥିବା କାର୍ଯ୍ୟକାର୍ତ୍ତା , ରାୟଗଡା ଜିଲ୍ଲା କାର୍ଯ୍ୟକାର୍ତ୍ତା ଓ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଳକ ର ପ୍ରତିନିଧି ସଭ୍ୟ ମଧ୍ୟରେ କିଛି ତ୍ରୁଟି ଓ ଠିକ ଭାବରେ ସମ୍ମନୟ ଅଭାବ ଦେଖାଦେଇଥିଲା ଫଳରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ସୃଷ୍ଟି ହେଉଥିବା ଦେଖାଦେଇଥିଲା । ଆଜି ର ବୈଠକରେ ଉକ୍ତ ପ୍ରସଙ୍ଗ କୁ ମୁଖ୍ୟତଃ ଭାବେ ଆଲୋଚନା କରିବା ପରେ ନୂତନ କାର୍ଯ୍ୟକାର୍ତ୍ତା ଚୟନ ଏବଂସଙ୍ଘ ର ନୂତନ। ନାମକରଣ ନିମନ୍ତେ ଉପସ୍ଥିତ ସଭ୍ୟ ମାନେ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ସଙ୍ଘ ପୁରାତନ ନାମ କୁ ପରିବର୍ତ୍ତନ କରାଯାଇ ଓଡ଼ିଶା ଡିଜିଟାଲ ମିଡିଆ( ଓଡିଏମ) ବଦଳ ରେ ରାୟଗଡା ଡିଜିଟାଲ ମିଡିଆ ସଙ୍ଘ (ଆରଡ଼ିଏମ ) ଭାବେ ନାମକରଣ କରାଯାଇ ନୂତନ ଭାବେ ସଙ୍ଘ ର କାର୍ଯ୍ୟକାରୀ କମିଟି ଦାଇତ୍ୱ ଭାବେ ଅଞ୍ଜନ କୁମାର ନାଏକ ଙ୍କୁ ସର୍ବସମ୍ମତି ରୂପରେ ସଙ୍ଘ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଅନ୍ୟ ପଦ ପଦବୀ ରେ ଉପସଭାପତି ଭାବେ ଗୋପୀନାଥ ଗୌଡ଼ , ସମ୍ପାଦକ ଭାବେ ସନ୍ତାଷ କୁମାର ବେହେରା , ସହ ସମ୍ପାଦକ ମାଲେସ କୌଶଲ୍ୟା, କଷାଧକ୍ଷ ଭାବେ ପ୍ରଫୁଲ୍ଲ କୁମାର ବେହେରା ଓ ସଙ୍ଘ ପରାମର୍ଶ ଦାତା ଭାବେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରସାଦ ଲିମା, ସରୋଜ ମହାପାତ୍ର, ସନ୍ତୋଷ ବଛା , ଚିତ୍ତରଞ୍ଜନ ନାୟକ, ଓ ନରତମ ପାଢ଼ୀ ଙ୍କୁ ଦାଇତ୍ୱ ଦିଆଯାଇଥିଲା । ଆଜିର ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ୧୧ଟି ବ୍ଲକ ର ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ଖଗେଶବର ସିଂ, ଆଶୁତୋଷ ପଟ୍ଟାୟକ, ପ୍ରସାଦ ଲିମା, ସରଜ ମହାପାତ୍ର, ସତ୍ୟନାରାୟଣ ସାହୁ , ରତ୍ନଲୁ ପ୍ରଭାକର ଓ ଇପିଲି ରମେଶ ପ୍ରମୁଖ ଉପସ୍ଥିତ ଥାଇ ସଙ୍ଘ ର ନୂତନ ଚୟନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ର ସହ ସଙ୍ଘ ର ଭବିଷ୍ୟତ ଉଜ୍ବଳ ଓ ଦିଗଦର୍ଶନ ପାଇଁ ଶୁଭ କାମନା ଜଣାଇଥିଲେ । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *