ରାୟଗଡା ଜ଼ିଲ୍ଲା ର ବିଭିନ୍ନ ଧାନ ମଣ୍ଡି ସହିତ ଦୁର୍ଗୀ ର ଧାନ ପୋଡି ଅଂଚଳ ଗସ୍ତ କରିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ରାୟଗଡା ଜ଼ିଲ୍ଲା ର ବିଭିନ୍ନ ଧାନ ମଣ୍ଡି ସହିତ ଦୁର୍ଗୀ ର ଧାନ ପୋଡି ଅଂଚଳ ଗସ୍ତ କରିଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ସବଡିଭିଜନ ର ଚାକୁଣ୍ଡା, ଭାଲୋରୀ, ମୁକୁନ୍ଦପୁର, ଗୁଣୁପୁର ଓ ଗତ କିଛିଦିନ ତଳେ ଦୁର୍ଗୀ ଅଂଚଳ ରେ ଧାନ ପୋଡି ପ୍ରଭୃତି ଧାନମଣ୍ଡୀ କୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତୋଫାନୀ ଗସ୍ତ କରିଛନ୍ତି। ଏହି ଧାନମଣ୍ଡି ଗ୍ରସ୍ତ ସମୟରେ କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନିର୍ଦ୍ଦେଶାବଳୀ ପ୍ରାବଧାନ ଅନୁଯାୟୀ ଧାନମଣ୍ଡୀ ଗୁଡିକ ଠିକଠାକ କାମ କରୁଛନ୍ତି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କରିଥିଲେ। ଓଡିଶା ରେ ବିଜେପି ମୋହନ ଚରଣ ମାଝି ସରକାର ଆସିବା ପରେ ଚାଷୀ ମାନଙ୍କ ର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ମାନ ଚାଲୁ କରିଛନ୍ତ। ତତମଧ୍ୟରୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ ପ୍ରଦାନ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଚାଷୀ ମାନଙ୍କୁ ଆଉ ଶୋଷଣ ର ଶିକାର ହେବାକୁ ପଡ଼ିବନାହଁ ବୋଲି ଶ୍ରୀ ସାହୁ କହିଥିଲେ। ଧାନ କିଣା କାରବାରରେ ବ୍ୟାପକ ସୂଛତା ର ସହିତ କରିବା ପାଇଁ ମୋହନ ଚରଣ ମାଝି ସରକାର ବଦ୍ଧପରିକର ଅଟେ। ଯେଉଁ ମାନେ ଧାନ କିଣା କାରବାରରେ ବଦମାସି କରିବେ କିମ୍ବା ଚାଷୀ ମାନଙ୍କୁ ହଇରାଣ ହରକତ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଉପସ୍ଥିତ ଚାଷୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସୁଦର୍ଶନ ବିଶ୍ବାଲ, , ବରିଷ୍ଠ ବିଜେପି ନେତା ଶ୍ରୀ ୱାଇ. କୋଣ୍ଡା ବାବୁ, ପୃଥିରାଜ, ରାଙ୍ଗା ରାଓ କୋଣ୍ଡା ଗିରି, ବାଲକୃଷ୍ଣ ସେନାପତି, କୃଷ୍ନ ଚନ୍ଦ୍ର ପଟ୍ଟନାୟକ, ୱାଇ. ଗଣପତି, ଟିକି ମହାପାତ୍ର, ତ୍ରିନାଥ ଗମାଙ୍ଗ, ବିଦ୍ୟା ଶବର, ପ୍ରଦୀପ କୁମାର ପାଣିଗ୍ରାହୀ, ଜଗଦୀଶ ପଣ୍ଡା, ଏମ. ଶ୍ରୀନୁ, ପିଙ୍କି ମହାପାତ୍ର, ଚିନା କୋଣ୍ଡାଗିରି, ଶତୁରା ପ୍ରଧାନ, ରାଜେନ୍ଦ୍ର କୁମାର ପଣ୍ଡା, ଜଗନ୍ନାଥ ପାଢୀ, ମାନସ ରଞ୍ଜନ ଦାଶ, ଯୋଗେନ୍ଦ୍ର ଚିନଦା, କେ. ପ୍ରସାଦ ରାଓ, ତୁମେଶୁ ମାନଗୀଂ, ସଂଜୀବ କୁମାର ଦାସ, ସୁଧୀର ବିଶ୍ଵାଳ, କାହ୍ନୁ ଚରଣ ପଣ୍ଡା, ମାନସ ରଞ୍ଜନ ଦାଶ, ଗିତାରାଣୀ ମହାପାତ୍ର ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *