ରାୟଗଡା ଜ଼ିଲ୍ଲା ରେ ବିଭିନ୍ନ ସ୍ଥାନରେ ରଂଗର ପର୍ବ ହୋଲି ପାଳିତ। ରାୟଗଡା : ରାୟଗଡା ଜ଼ିଲ୍ଲା ର ପୁର ପଲ୍ଲୀ ରୁ ଆରମ୍ବ କରି ଜ଼ିଲ୍ଲା ସଦର ମୋହକୁମା ରାୟଗଡା ସହର ବିଭିନ୍ନ ସ୍ଥାନରେ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହିତ ରଂଗର ପର୍ବ ହୋଲି ପାଳିତ ହୋଇ ଯାଇଛି।ବିଜେଡି ର ରାୟଗଡା ବିଧାୟିକା ପ୍ରାର୍ଥୀନୀ ଅନୁସୟା ମାଝୀ ନିଜ ବାସଭବନ ଠାରେ ହୋଲି ର ପର୍ବ ଆୟୋଜନ କରିଥିଲେ ଏଥିରେ ରାୟଗଡା ପୌର ଉପାଧକ୍ଷା ଶୁଭ୍ରା ପଣ୍ଡା ଙ୍କ ସହିତ ବ୍ରାହ୍ମଣ ସାହି ଶକ୍ତି ବାହିନୀ ର ମହିଳା ଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ର ମହିଳା ମନେ ସାମିଲ. ହୋଇ ହଂସ ଖୁଶୀ ରେ ରଙ୍ଗ ର ପର୍ବ ହୋଲି ପାଳନ କରିଥିଲେ l କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ନିଜ ବାସଭଵନ ଠାରେ ହୋଲି ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏଥିରେ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ କଂଗ୍ରେସ କର୍ମୀ ଙ୍କ ସହିତ ରାୟଗଡା ବିଧାୟକ ଆପ୍ସଲସ୍ୱାମୀ କାଡ୍ରକା ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, ଦୁର୍ଗା ପ୍ରସାଦ ପଣ୍ଡା ଯୋଗ ଦେଇ ହୋଲି ର ରଙ୍ଗ ରେ ମାଜି ଯାଇଥିଲେ l ଅତିରିକ୍ତ ଜ଼ିଲ୍ଲାପାଳ ନିହାର ରଞ୍ଜନ କଂହର ନିଜ ସରକାରୀ ବାସଭଵନ ଠାରେ ଧୁମଧାମ ରେ ହୋଲି ପଲିଥିଲେ ଏଥିରେ ରାମନାଗୁଡ଼ା ବ୍ଲକ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ସହିତ ବହୁ ସରକାରୀ କର୍ମଚାରୀ ଙ୍କ ସହିତ ବହୁ ଗଣ ମାଧ୍ୟମ ପ୍ରତିନିଧି, ସହର ବିଭିନ୍ନ ସଂଘ ର କର୍ମକର୍ତା ମନେ ହୋଲି ପର୍ବ ପାଳନ କରିଥିଲେ l ଠିକ ସେହିପରି ପଦ୍ମପୁର ବ୍ଲକ ର ନାଇରା ଗ୍ରାମ ଠାରେ ଅତି ଆନନ୍ଦ ର ସହିତ ହୋଲି ଉତ୍ସବ ପାଳିତ ହୋଇଯାଇଛି l ଗ୍ରାମର ପିଲା ଠାରୁ ଆରମ୍ବ କରି ଯୁବକ ଵୟୋଜେଷ୍ଟ ବ୍ୟକ୍ତି ନଗର କୀର୍ତ୍ତନ ରେ ବାହାରି ପ୍ରାକୃତିକ ରଙ୍ଗ ସହିତ କାଦୁଅ ରେ ହୋଲି ଖେଳିବା ର ଦେଖିବା କୁ ମିଳିଥିଲା l ପୂର୍ବରୁ ପ୍ରଚଳିତ ପ୍ରଥା ଅନୁଯାଇ ଗ୍ରାମବାସୀ ଙ୍କ ନିମନ୍ତେ ମନ୍ଦିର ରେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଜଳବନ୍ଦୀରେ ୩ ଗୋଟି ଗ୍ରାମ, ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି
ଜଳବନ୍ଦୀରେ ୩ ଗୋଟି ଗ୍ରାମ, ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ଆର,ଉଦୟଗିରି (୨୯/୬/୨୦୨୪):ପ୍ରବଳ ବର୍ଷାରେ ଗଜପତି ଜିଲା ମୋହନା ଠାରେ ହରଭଙ୍ଗୀ ନଦୀରେ ଜଳସ୍ତ ବୃଦ୍ଧି ପାଇଛି.…

ମୋହନା ଶିଶୁ ବିଦ୍ୟା ମନ୍ଦିରର ଊନବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ!
ଆର.ଉଦୟଗିରି(ମନୋଜ କୁମାର ପାଢୀ/୬/୪/୨୦୨୪): ଗଜପତି ଜିଲ୍ଲା ମୋହନା ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଊନବିଂଶ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଆଡମ୍ବର ସହ…

ମହେନ୍ଦ୍ରଗଡ଼ ଅଞ୍ଚଳରେ ମହା ଶିବରାତ୍ରି ଉତ୍ସବ ମହା ଆଡ଼ମ୍ବରରେ ପାଳିତ
ମହେନ୍ଦ୍ରଗଡ଼ ଅଞ୍ଚଳରେ ମହା ଶିବରାତ୍ରି ଉତ୍ସବ ମହା ଆଡ଼ମ୍ବରରେ ପାଳିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ତା 26/02/25 ରିଖ ବୁଧବାର ଦିନ ମହେନ୍ଦ୍ରଗଡ଼ ଅଞ୍ଚଳର ବିଭିନ୍ନ…