ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ରାୟଗଡା : ବହୁ ଆଶା ଆଶଙ୍କା ଛକା ପଞ୍ଚା ମଧ୍ୟରେ ବିଭିନ୍ନ କଳ୍ପନା ଜଳ୍ପନା ର ଅନ୍ତ ଘାଟେଇ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ନେତୃ ମଣ୍ଡଳୀ ର ନିଷ୍ପତି କ୍ରମେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଭାବେ ଗୋପୀ ଆନନ୍ଦ ଙ୍କୁ ନିଯୁକ୍ତି ଦେବାପରେ ଗୋପୀ ନିଜର ସମର୍ଥକ ଶିବ ଉଲାକା, ଦେବାଶିଷ ପଣ୍ଡା, ରାମଚନ୍ଦ୍ର ବେହେରା ଙ୍କ ସହିତ ପୁରୀ ଯାଇ ଜଗତ ର ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହିତ ଭଗବାନ ଙ୍କ ଠାରେ ଆଶିଷ ଭିକ୍ଷା କରି ଗତ କାଲି ଫେରିଛନ୍ତି l ଜ଼ିଲ୍ଲା ବିଜେପି ର ନୂତନ ସଭାପତି ଙ୍କୁ କେନ୍ଦୁଗୁଡା, ପଦ୍ମପୁର ଗୁମୁଡା, ରାମନାଗୁଡ଼ା, ମୁକୁନ୍ଦପୁର, କୋଳନରା, ଅମ୍ଲାଭଟା ଓ ଜେକେପୁର ଠାରେ ଦଳୀୟ ବିଜେପି କର୍ମୀ ସ୍ୱାଗତ କରିଥିଲେ l ପରେ ରାତ୍ରି 10 ଘଂଟିକା ସମୟରେ ରାୟଗଡା ରେ ସଭାପତି ଗୋପୀ ସ୍ଥାନୀୟ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ପହଂଚିବା ପରେ ଦଳୀୟ କର୍ମୀ ମନେ ସ୍ୱାଗତ କରିବା ସହିତ ନାଚ ଗୀତ ମଧ୍ୟରେ ପ୍ରଦକ୍ଷଣ ଗୃହ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ସେହିଠାରେ ବିଜେପି ର ବରିଷ୍ଠ ନେତା ୟାଲା କୋଣ୍ଡା ବାବୁ ନିଜର ସହ ସହ ସମର୍ଥକ ଙ୍କ ସହିତ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ l ସଭାପତି ଗୋପୀ ମଧ୍ୟ୍ୟ କୋଣ୍ଡା ବାବୁ ଙ୍କୁ କିଛି ସମୟ ପାଇଁ କୁଣ୍ଡାଇ ପକେଇଥିଲେ l ଏହା ପରେ ଦଳ ର ବିଭିନ୍ନ କର୍ମକର୍ତା ଓ କର୍ମୀ ମନେ ଜଣ ଜଣ କରି ସ୍ୱାଗତ କରିଥିଲେ l ଏହି ସ୍ୱାଗତ କାର୍ଯ୍ୟକ୍ରମ ରର ସଭାପତି ଙ୍କ ସହିତ କୋଣ୍ଡା ବାବୁ ବସନ୍ତ ଉଲାକା, ଶିବ ଉଲାକା ମଂଚାସୀନ ଥିଲେ l ରାୟଗଡା ଜ଼ିଲ୍ଲା ର ବରିଷ୍ଠ ବିଜେପି ନେତା ୟାଲା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ବିଜେପି ର ଉଚ୍ଚ ନେତୃ ମଣ୍ଡଳୀ ଙ୍କ ନିଷ୍ପତି କୁ ସ୍ୱାଗତ ଜଣାଇବା ସହିତ ନୂତନ ଭାବେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତ ଏମ. ଗୋପୀ ଆନନ୍ଦ ଙ୍କୁ ୟାଲା କୋଣ୍ଡା ବାବୁ ଓ ତାଙ୍କରି ସହ ସହ ସମର୍ଥକ ଗୋପୀ ଆନନ୍ଦ ଙ୍କ ପଛରେ ରହି ଦଳ ରେ କାମ କରିବୁ ବୋଲି ନିଜ ପ୍ରତକ୍ରିୟା ରେ ଗୋପୀ ଙ୍କୁ ଦୃଢ଼ ଆଶ୍ୱାସନା ଦେଇଥିଲେ l ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ରେ ଦଳ କିପରି ବିପୁଳ ପରିମାଣରେ ବିଜୟ ହାସଲ କରିବା ଏହା ମୋର ମୂଳ ଲକ୍ଷ୍ୟ ଦଳ ର ସଂଗଠନ କୁ କିପରି ବୃଦ୍ଧି କରଜ଼ୀବ ସେଥିପାଇଁ ମୋତେ ଦଳ କର୍ମୀ ଙ୍କ ସହଯୋଗ ନିହାତି ଦରକାର ବୋଲି ଗୋପୀ କହିଥିଲେ l ସେ ପୁଣି କହିଥିଲେ ଯେ କୋଣ୍ଡା ବାବୁ ଜଣ ବରିଷ୍ଠ ସଂଗଠକ ତାଙ୍କୁ ମୁଁ ସମ୍ମାନ ଦିଏ ତାଙ୍କରି ପରାମର୍ଶ ରେ ଦଳ କିପରି ମଜବୁତ ହେବ ଚେଷ୍ଟା କରିବି ଓ କୋଣ୍ଡା ବାବୁ ଙ୍କ ସସହଯୋଗ ମୋତେ ନିହାତି ଦରକାର ବୋଲି କହିଥିଲେ lକୋଣ୍ଡା ବାବୁ ଙ୍କ ସହିତ ବସନ୍ତ ଉଲାକା, ମଞ୍ଜୁଳା ମିନିୟାକା ନିମୁ ଭାଇ, ଜିତୁ ବେହେରା,ଆଇନଜୀବୀ ବିରଜା ପାତ୍ର,ହାସମୁଖ ଭାବି ହାକୁ, ହରି ହର ହିମରିକା, କେ ଶ୍ରୀନିବାସ, ଙ୍କ ସମତେ ବହୁ ବିଜେପି ସମର୍ଥକ ସଭାପତି ଗୋପୀ ଙ୍କୁ ସ୍ୱାଗତ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ପରାକ୍ରମ ଦିବସ ଓ ନେତାଜୀ ଜୟନ୍ତୀ ଅବସରରେ ନାଲକୋ ଏସଭିଏମରେ ୮୫ ୟୁନିଟ ରକ୍ତ ସଂଗ୍ରହ
ପରାକ୍ରମ ଦିବସ ଓ ନେତାଜୀ ଜୟନ୍ତୀ ଅବସରରେ ନାଲକୋ ଏସଭିଏମରେ ୮୫ ୟୁନିଟ ରକ୍ତ ସଂଗ୍ରହ ଦାମନଯୋଡି : ତାରିଖ ୨୩.୧.୨୦୨୫: ନବରତ୍ନ କମ୍ପାନୀ ନାଲକୋ ,ଦାମନଯୋଡିସ୍ଥିତ…

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ
ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ରାୟଗଡ: ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ…

ତିନି ମାସହେଲା ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ଶୁଣୁ ନାହିଁ ପ୍ରଶାସନ
ତିନି ମାସହେଲା ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ଶୁଣୁ ନାହିଁ ପ୍ରଶାସନ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ସରକାର କୋଟି କୋଟି…