ରାୟଗଡା ଜ଼ିଲ୍ଲା ବାସୀଙ୍କ ସ୍ବପ୍ନ ରେଳଡ଼ିଭିଜନ ର ଭିତ୍ତିପ୍ରସ୍ତର ସ୍ଥାପନ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି
ରାୟଗଡା : ରାୟଗଡା ଜ଼ିଲ୍ଲା ବା ସି ରେଳଡ଼ିଭିଜନ ନେଇ ଯେଉଁ ସ୍ବପ୍ନ ଦୀର୍ଘ 6 ବର୍ଷରୁ ଉର୍ଦ୍ଧ ହେବ ଦେଖିରହିଥିଲେ ତାହା ପୂରଣ ହୋଇଯାଇଛି l ରାୟଗଡା ରେଲ ଡିଭିଜନ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 06/01/2024 ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ସମୟରେ କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ୍ୟ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟ ରେ କହିଲେ ଯେ ରେଲ ବିଭାଗ ର ପ୍ରଗତୀ ପାଇଁ ଆଜି ବନ୍ଦେ ଭାରତ ଟ୍ରେନ ଚାଲୁଛି ଖୁବ ସମୟରେ ବୁଲେଟ ଟ୍ରେନ ର ଶୁଭାରମ୍ଭ ଖୁବ ଅଳ୍ପ ସମୟରେ ଆରମ୍ବ ହେବ ବୋଲି କହିଲେ l ଆଜି ଆଜି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନ ରେ ଏହି ରାୟଗଡା ବାସି ଙ୍କୁ ରେଲ ଡ଼ିଭିଜନ ଏକ ଉପହାର ବୋଲି କହିଲେ ଲ ଏଥିପାଇଁ ପାଇଁ ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡିଶା ର ନବ ନିଯୁକ୍ତ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପଟିଆଭାସୀ ରେ ଉପସ୍ଥିତ ଥିଲେ l ଆଜିର ଏହି ରେଲ ଡିଭିଜନ ର ଭିତ୍ତିପ୍ରସ୍ତର ଆୟୋଜନ କାର୍ଯ୍ୟକ୍ରମ ରେ ମଂଚାସୀନ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ରାଷ୍ଟ୍ର ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରଭନିତ ସିଂ ବିଟୁ,ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣ ଶିକ୍ଷାବିଭାଗ ଓଡିଶା ସରକାର,କୋରାପୁଟ ସାଂସଦ ସପ୍ତଗିରି ଉଲାକା, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ ପାଣିଗ୍ରାହୀ, ରାୟଗଡା ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ,ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା,କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ସଂକର ମାଝୀ ପୂର୍ବତଟ ରେଳ ପଥ ର ମହାପ୍ରବନ୍ଧକ ଫୁଙ୍କ ୱାଲ ଏହି କାର୍ଯ୍ୟକ୍ରମ ଯୋଗଦାନ କରିଥିଲେ l ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ନିମନ୍ତେ ରେଳ ପ୍ରସାଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଛି l ଗତ ମଙ୍ଗଳ ବାର ଦିନ ବିଶାଖପାଟନମ ରେଲ ଡିବିଜନ ଡି ଆର ଏମ ମନୋଜ କୁମାର ସାହୁ ରାୟଗଡା ଗସ୍ତ କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ l ସୂଚନା ଯୋଗ୍ୟଯେ 107 କୋଟି ଟଙ୍କା ବେୟ ରେ ପ୍ରଥମ ପର୍ଯ୍ୟାୟ ରେ ଖର୍ଚ୍ଚ ଆକଳନ ର ଟେଣ୍ଡର ଆବାହନ ହୋଇଛି l ରାୟଗଡା ରେଲ ଡିଭିଜନ ପ୍ରତିଷ୍ଠା ନିମନ୍ତେ 2019 ରେଳ ବିଜେଟ ରେ ତତ୍କାଳୀନ ରେଲ ମନ୍ତ୍ରୀ ପିୟୁଷ ଗୋୟଲ ଘୋଷଣା କରିଥିଲେ l କିନ୍ତ ଦୀର୍ଘ 6 ବର୍ଷ ହେବ କିଛି ଅଗ୍ରଗତି ହୋଇପାରିନଥିଲା l କିନ୍ତୁ ବର୍ତମାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ କରିଲେ ସେଥିପାଇଁ ରାୟଗଡା ବାସି ବହୁତ ଖୁସି ଏହା ଡବଲ ଇଂଜିନ ସରକାର ଙ୍କ ରାୟଗଡା ଜ଼ିଲ୍ଲା ପାଇଁ ନୂତନ ବର୍ଷ ର ଉପହାର ବୋଲି ଅଂଚଳ ବାସି ବହୁତ ଖୁଶୀ l ଏହି ରେଲ ଡିଭିଜନ ଦ୍ୱାରା ରାୟଗଡା, ଅଭିଭକ୍ତ କୋରାପୁଟ ଓ କଳାହାଣ୍ଡି ଜ଼ିଲ୍ଲା ର ରେଳକ୍ଷେତ୍ର ରେ ବେଶ ସହାୟକ ହେବ l ରାୟଗଡା ଠାରେ ରେଲ ଡିଭିଜନ ନିମନ୍ତେ ୟୁବ ୟୁବ ବିକାଶ ପରିଷଦ ରାୟଗଡା ର ଆବାହକ ଶିବଜି ଦାସ ଙ୍କ ନେତୃତ୍ୱ ରେ ଦୀର୍ଘ ବର୍ଷ ଧରି ଦାବିକାରିଆସୁଥିଲେ ଆଜି ରାୟଗଡା ରେଲ ଡିଭିଜନ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ରୁ ୟୁବ ବିକାଶ ପରିଷଦ ରାୟଗଡା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଟମ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ବୋଲି ୟୁବ ବିକାଶ ପରିଷଦ ର ଆବାହକ ଶିବାଜୀ ଦାସ କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ