ରାୟଗଡ଼ା ସାଇ ପ୍ରିୟା ୱାକର୍ସ କ୍ଲବ ତରଫରୁ ହୃଦରୋଗ ସଚେତନତା ଶିବିର ଅନୁଷ୍ଠିତ ।

ରାୟଗଡ଼ା ସାଇ ପ୍ରିୟା ୱାକର୍ସ କ୍ଲବ ତରଫରୁ ହୃଦରୋଗ ସଚେତନତା ଶିବିର ଅନୁଷ୍ଠିତ ।

ରାୟଗଡ଼ା : ତା : ୨୭/୦୨/୨୫
ରାୟଗଡ଼ା ସାଇ ପ୍ରିୟା ୱାକର୍ସ୍ କ୍ଲବ ପକ୍ଷରୁ ଏକ ହୃଦରୋଗ ସଚେତନତା ଶିବିର ସାଇପ୍ରୀୟା ନଗର ଡ଼କ୍ଟର ଏମ ସୁରେଶ କୁମାର ବିଶିଷ୍ଠ ଚକ୍ଷୁ ଚିକିତ୍ସକ ଙ୍କ ଘରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯୟକ୍ରମରେ କ୍ଲବର ପ୍ରାୟ ୩୦ ଜଣ ସକ୍ରିୟ ସଦସ୍ୟ ଅଂଶଗ୍ରହଣ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଡ଼କ୍ଟର ଲକ୍ଷ୍ମୀ ନାରାୟଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ହୃଦରୋଗର କାରଣ ଓ ପ୍ରତିକାର ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ। କୋଭିଡ ପରବର୍ତ୍ତୀ ସମୟ ଠାରୁ ସମାଜରେ ହୃଦଘାତ ର ସଂଖ୍ୟା ବୃଦ୍ଧି ପାଉଛି। ହୃଦଘାତ୍ ସମୟରେ ସି ପି ଆର ର ପ୍ରୟୋଗ ବିଷୟ ରେ ସମସ୍ତଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ। ଏଣୁ ଧୁମ୍ରପାନ, ମଦ୍ୟପାନ ଓ ମେଧ ବହୁଳ ଠାରୁ ଦୂରେଇବା ନିତାନ୍ତ ଆବଶ୍ୟକ। ସନ୍ତୁଳିତ ଆହାର ଏବଂ ନିୟମିତ ବ୍ୟାୟାମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥଲେ। ନିୟମିତ ବ୍ୟବଧାନରେ ଶରୀରର ଓଜନ, ରକ୍ତଚାପ, ରକ୍ତ ଶର୍କରା ଏଵଂ ରକ୍ତ କୋଲେଷ୍ଟ୍ରାଲ ପରୀକ୍ଷାର ନିହାତି ଆବଶ୍ୟତା ବିଷୟରେ ବୁଝାଇଥିଲେ। କ୍ଲବ ର ସଭାପତି ୱାକର ଶ୍ରୀ କେ ଏସ ଏନ ଶର୍ମା କାର୍ଯକ୍ରମର ଶୁଭାରମ୍ଭ କରିବା ସହ ଡ଼କ୍ଟର ସାହୁଙ୍କୁ ସମ୍ବର୍ଧିତ ମଧ୍ୟ କରିଥଲେ। କ୍ଲବର ପୁର୍ବତନ ସଭାପତି ୱାକାର ଡ଼କ୍ଟର ଏମ ସୁରେଶ କୁମାର ଉପସ୍ଥିତ ରହି ସମସ୍ତ କାର୍ଯକ୍ରମକୁ ତଦାରଖ କରାଇଥିଲେ। ପରିଶେଷରେ ପୂର୍ବତନ ସଭାପତି ୱାକର୍ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *