ରାୟଗଡ଼ା ଠାରେ ବହୁ ପ୍ରତିକ୍ଷୀତ ରେଳ ଡ଼ିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ ରାୟଗଡ଼ା:ରାଜ୍ୟରେ ସରକାର ଗଠନ ହେବାପରେ ପ୍ରଥମ ଥର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରେଳ ଡିଭିଜନ ଉଦଘାଟନ କରିବାକୁ ଆସିଥିଲେ ମୁଖ୍ୟ ମନ୍ତ୍ରୀ। ରାୟଗଡ଼ା ରେଳ ଡିଭିଜନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ ଜମ୍ମୁ ଠାରେ ରହି ଭାରଚୁଆଲ ମୋଡ ରେ ଯୋଗଦେଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ରାୟଗଡାରେ ଉପସ୍ତିତ ରହିଥିଲେ। ରାୟଗଡା ଜ଼ିଲ୍ଲା ରେଳଡ଼ିଭିଜନ ନେଇ ଯେଉଁ ସ୍ବପ୍ନ ଦୀର୍ଘ 6 ବର୍ଷରୁ ଉର୍ଦ୍ଧ ହେବ ଦେଖିରହିଥିଲେ ତାହା ପୂରଣ ହୋଇଯାଇଛି l ରାୟଗଡା ରେଲ ଡିଭିଜନ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 06/01/2024 ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ସମୟରେ କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ୍ୟ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟ ରେ କହିଲେ ଯେ ରେଲ ବିଭାଗ ର ପ୍ରଗତୀ ପାଇଁ ଆଜି ବନ୍ଦେ ଭାରତ ଟ୍ରେନ ଚାଲୁଛି ଖୁବ ସମୟରେ ବୁଲେଟ ଟ୍ରେନ ର ଶୁଭାରମ୍ଭ ଖୁବ ଅଳ୍ପ ସମୟରେ ଆରମ୍ବ ହେବ ବୋଲି କହିଲେ l ଆଜି ଆଜି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜନ୍ମଦିନ ରେ ଏହି ରାୟଗଡା ବାସି ଙ୍କୁ ରେଲ ଡ଼ିଭିଜନ ଏକ ଉପହାର ବୋଲି କହିଲେ ଲ ଏଥିପାଇଁ ପାଇଁ ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ମଂଚାସୀନ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ରାଷ୍ଟ୍ର ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ରଭନିତ ସିଂ ବିଟୁ, ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ ପାଣିଗ୍ରାହୀ, ରାୟଗଡା ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ ,ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରକା,କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ସଂକର ମାଝୀ ପୂର୍ବତଟ ରେଳ ପଥ ର ମହାପ୍ରବନ୍ଧକ ଫୁଙ୍କ ୱାଲ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ l ସୂଚନା ଯୋଗ୍ୟଯେ 107 କୋଟି ଟଙ୍କା ବେୟ ରେ ପ୍ରଥମ ପର୍ଯ୍ୟାୟ ରେ ଖର୍ଚ୍ଚ ଆକଳନ ର ଟେଣ୍ଡର ଆବାହନ ହୋଇଛି l ରାୟଗଡା ରେଲ ଡିଭିଜନ ପ୍ରତିଷ୍ଠା ନିମନ୍ତେ 2019 ରେଳ ବିଜେଟ ରେ ତତ୍କାଳୀନ ରେଲ ମନ୍ତ୍ରୀ ପିୟୁଷ ଗୋୟଲ ଘୋଷଣା କରିଥିଲେ l କିନ୍ତ ଦୀର୍ଘ 6 ବର୍ଷ ହେବ କିଛି ଅଗ୍ରଗତି ହୋଇପାରିନଥିଲା l କିନ୍ତୁ ବର୍ତମାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ରୀମୋଟ ଦାବି କରିଲେ ସେଥିପାଇଁ ରାୟଗଡା ବାସି ବହୁତ ଖୁସି ଏହା ଡବଲ ଇଂଜିନ ସରକାର ଙ୍କ ରାୟଗଡା ଜ଼ିଲ୍ଲା ପାଇଁ ନୂତନ ବର୍ଷ ର ଉପହାର ବୋଲି ଅଂଚଳ ବାସି ବହୁତ ଖୁସି ବ୍ୟକ୍ତ କରିଛନ୍ତି lରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
Related Posts

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଆର,ଉଦୟଗିରି(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗରଡମା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ…

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ lରାୟଗଡ : ତା ୦୨/୧୨/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ…

+3 Student Wrongly Declared As ‘Fail’
he Orissa High Court’s decision to grant ₹5 lakhs compensation to a +3 student who was wrongly declared as ‘fail’…