ରାୟଗଡ଼ା ଜିଲ୍ଲା ସ୍ତରୀୟ ‘ବିଜିବିଓ ‘ର ଶୁଭାରମ୍ଭ କଲେ ଜିଲ୍ଲାପାଳ l
ରାୟଗଡ :-ତା.୫/୨( ପ୍ରଫୁଲ କୁମାର ବେହେରା)ମାବ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ସରକାରଙ୍କ ଉଚ୍ଚାଭିଳାଷୀ “ବିକସିତ ଗ୍ରାମ ବିକସିତ ଓଡିଶା” (ବିଜିବିଓ) କାର୍ଯ୍ୟକ୍ରମ ର ରାଜ୍ୟ ସ୍ତରରେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାପାଳ ରାୟଗଡ଼ ପାରୁଲ ପଟlୱରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାୟଗଡା ସଦର ବ୍ଳକ କଲୋନୀ ପରିସରରେ ବୁଧବାର ଦିନ ଏହାର ଶୁଭାରମ୍ଭ କରାଯାଇଥିଲା। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ସଦସ୍ଯ ବୃନ୍ଦ, ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ଶ୍ରୀ ହର ପ୍ରାସାଦ ହେପ୍ରିକା, ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ପଟ୍ଟନାୟକ, ୨୮ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ ସଭ୍ୟା, ନିର୍ବାଚିତ ପ୍ରତିନିଧି ସହ ଦୁଇ ହଜାରରରୁ ଉର୍ଦ୍ଧ ରାୟଗଡା ବାସୀ ଯୋଗଦେଇଥିଲେ। ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟବରାଦରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ନିମନ୍ତେ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରୁ ଶୁଭାରମ୍ଭ କରିଛନ୍ତି। ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ,ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ ସହ ପର୍ଯ୍ୟଟନ ସ୍ଥଳର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ , ନୂତନ ଜନମଙ୍ଗଳକାରୀ ବହୁମୂଖୀ ଯୋଜନାର ନିର୍ମାଣ ତଥା କାର୍ଯ୍ଯାନ୍ବୟନ ନିମନ୍ତେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ନାମକ ନୂଆ ପରିଭାଷାର ପରିକଳ୍ପନା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ। ଆଗାମୀ ଫେବୃୟାରୀ ୧୪ ତାରିଖ ସୁଦ୍ଧା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଦେଶନାମା ଅନୁଯାୟୀ ଲୋକେ ପ୍ରକଲ୍ପ ଚୟନ କରି ସମ୍ପୃକ୍ତ ବ୍ଳକକୁ ଦାଖଲ କରିବେ ଓ ଫେବୃଆରୀ ୨୦ ତାରିଖ ସୁଦ୍ଧା ବ୍ଳକ ସ୍ତରରେ ଯାଞ୍ଚ କରି ଜିଲ୍ଲାପାଳଙ୍କ ଅନୁମୋଦନ ନିମନ୍ତେ କାର୍ଯ୍ୟ ଖସଡା ଦାଖଲ କରିବେ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖମୁଣ୍ଡୁ ପ୍ରକାଶ କରିଛନ୍ତି। ଓଡିଶାର ପ୍ରତ୍ୟେକ ବ୍ଲକ ତଥା ଗ୍ରାମ ପଞ୍ଚାୟତରେ ସମଗ୍ର ଗ୍ରାମୀଣ ବିକାଶକୁ ଏକ ପାଞ୍ଚ ବାର୍ଷିକ ବିକାଶର ରୋଡମ୍ୟାପ୍, ଯାହା ଗ୍ରାମାଞ୍ଚଳ ରେ ରହିଥିବା ଭିତ୍ତିଭୂମି ଓ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବା ସହ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ତଥା ଉନ୍ନତ ମାନର ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବା କୁହାଯାଉଛିI ସରକାରଙ୍କ ଦୂରଦୃଷ୍ଟି ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଥିବା ବେଳେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି । “ଏହି ପଦକ୍ଷେପ ଓଡିଶାର ଗ୍ରାମୀଣ ବିକାଶ ଦିଗରେ ରେ ଏକ ମାଇଲଖୁଣ୍ଟ ହେବ ଯାହା ଓଡିଶା ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଯୋଜନାରେ ଆମେ ପ୍ରତ୍ୟେକ ଗ୍ରାମକୁ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ବୋଲି ସେ ଗଣମାଧ୍ୟମକୁ ବିବୃତି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି,ସ୍ଥାନୀୟ ନେତା, ଏବଂ ବ୍ଲକର ବିଭିନ୍ନ ସ୍ଥାନରୁ ସମ୍ପ୍ରଦାୟର ପ୍ରତିନିଧୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଓ ବିଡିଓ ସୁଜିତ କୁମାର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
