ରାସ୍ତା ନଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ଷ୍ଟ୍ରେଚର୍‌ରେ ବୁହାହେଲେ ଗର୍ଭବତୀ

ରାସ୍ତା ନଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ଷ୍ଟ୍ରେଚର୍‌ରେ ବୁହାହେଲେ ଗର୍ଭବତୀ

ଗଜପତି(ମନୋଜ କୁମାର ପାଢୀ/ ୩/୯/୨୦୨୪):ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାରେ ଅନେକ ଗ୍ରାମାଞ୍ଚଳବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟ ପାଉଛନ୍ତି. ରାସ୍ତାଘାଟ, ପାନୀୟ ଜଳ ବ୍ୟବସ୍ଥା ଆଦି ଆଜି ପର୍ଯ୍ୟନ୍ତ ଜିଲ୍ଲାର ଅନେକ ଗ୍ରାମରେ ବ୍ୟବସ୍ଥା ହୋଇପାରିନାହିଁ । ରାସ୍ତାଘାଟ ନ ଥିବା ଯୋଗୁଁ ଗଜପତି ଜିଲ୍ଲାର ଅନେକ ଗ୍ରାମବାସୀ ବିପଦପୁର୍ଣ ପାହାଡ଼ ଓ ଦୁର୍ଗମ ବନାଞ୍ଚଳରେ ପାଦଚଲାରେ ଯିବା ଆସିବା କରୁଛନ୍ତି । ରାସ୍ତାଘାଟ ନଥିବା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମକୁ ଆସିପାରୁନାହିଁ। ଯଦ୍ୱାରା ଗର୍ଭବତୀ ମହିଳାଙ୍କ ସମେତ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କୁ ଖଟିଆରେ ବୁହା ହୋଇ ନିଆଯାଉଥିବା ଅନେକ ସମୟରେ ଲକ୍ଷ୍ୟ କରାଯାଇଛି । ପୁଣି ଗତକାଲି ଏଭଳି ଜଣେ ଗର୍ଭବତୀ ମହିଳାଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ଷ୍ଟେକଚରେ ବୁହା ହୋଇ ନିଆ ଯାଉଥିବା ଦେଖା ଦେଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରୁ ପ୍ରାୟ ୧୦ କିମି ଦୂରରେ ଥିବା ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତର ସୀତାନଗରକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନଥିବା ଜଣାପଡ଼ିଛି I ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୁହା ହେବା ଭିଡିଓ ଭାଇରାଲ୍ ପରେ ରାସ୍ତାଘାଟ ଅବସ୍ଥା ଜଣାପଡ଼ିଛି। ଗର୍ଭବତୀ ଜଣକ ଯନ୍ତ୍ରଣାରେ ଛଟପଟ ହୋଇଥିବାରୁ ସେଠାକାର ଆଶାଦିଦି ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ ମଧ୍ୟ ଆମ୍ବୁଲାନ୍ସଟି ଗ୍ରାମର ପ୍ରାୟ ୩ରୁ ୪ କିମି ଦୂରରେ ରାସ୍ତା ନଥିବାରୁ ଅଟକି ରହିଥ୍‌ଲା I ଫଳରେ ଗର୍ଭବତୀଙ୍କ ପରିବାର ଲୋକେ, ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟ୍ରେଚର ସହାୟତାରେ କର୍ଦ୍ଦମାକ୍ତ ରାସ୍ତାରେ ଚାଲି ଚାଲି ୩ରୁ ୪ କିମି ଦୂରତାରେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଏହାପରେ ଗର୍ଭବତୀ ଜଣଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତିକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଏପରି ରାସ୍ତାଘାଟ ସମସ୍ୟା ଏହି ଅଞ୍ଚଳରେ ନୁହେଁ ସମଗ୍ର ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏପରି ଅପହଞ୍ଚ ଇଲାକା ରହିଛି | ରାସ୍ତାଟିଏ ନଥୁବାରୁ ବିକାଶ ଆଜି ବି ଏମାନଙ୍କ ଠାରେ ଅପହଞ୍ଚ । ଗ୍ରାମଠାରୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏମାନଙ୍କ ଅବସ୍ଥା ପ୍ରଶାସନ ବୁଝୁଛି ନା ସରକାର | ଜିଲ୍ଲା ସଦର ମହକୁମା ଠାରୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ଏପରି ଅବସ୍ଥା ତେବେ ଜିଲ୍ଲାର ଦୁର୍ଗମାଞ୍ଚଳର ଅବସ୍ଥା କିପରି ଥୁବ ତାହା ସହଜେ ଅନୁମେୟ ବୋଲି ବୁଦ୍ଧିଜୀବୀମାନେ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ପ୍ରଶାସନ ଓ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛି। ଏହା କେବଳ ପ୍ରଚାରରେ ହିଁ ରହି ଯାଉଛି। ବାସ୍ତବରେ ଗ୍ରାମାଞ୍ଚଳର ଚିତ୍ର ବହୁ ସମସ୍ୟା ମଧରେ ରହି ଆସୁଛି। ଏଣୁ ସରକାର ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ।

Leave a Reply

Your email address will not be published. Required fields are marked *