ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସରେ ପ୍ରସବ କଲେ ଗର୍ଭବତୀ ମହିଳ । ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୩/୯/୨୦୨୪)-:ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡସିନ୍ଧବା ପଂଚାୟତ ଚଡିଆପଦା ଗ୍ରାମରେ। ସେହି ଗ୍ରାମରେ ଦୀପାଞ୍ଜଳି ନାମକ ଏକ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଏବଂ ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଗ୍ରାମରେ ପହଞ୍ଚି ମହିଳାଙ୍କୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସୁଥିଲା କିନ୍ତୁ ପ୍ରସବ ବେଦନା ହେଉଥିବା ମହିଳାଙ୍କ ଗ୍ରାମରୁ ଚନ୍ଦ୍ରଗିରି ରାସ୍ତା ବହୁତ ଖରାପ ଥିବା ହେତୁ ଆମ୍ବୁଲାନ୍ସ ଠିକ୍ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ପାରିନଥିଲା। ଗ୍ରାମରୁ ସ୍ବାସ୍ଥ୍ୟ କେନ୍ଦ୍ର ରାସ୍ତା ମଧ୍ୟ ଭାଗ ବାଲିପଙ୍କ ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ହିଁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା।ଉଭୟ ମାଆ ଏବଂ ଶିଶୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ସୁସ୍ଥ ଥିବା ନେଇ ଆଶା କର୍ମୀ ପ୍ରାଞ୍ଚିସ୍କା ନାୟକ ପ୍ରକାଶ କରିଛନ୍ତି।
Related Posts
କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରେ ନିଆରା ଢଙ୍ଗରେ ପାଳନ କରାଗଲା ହିନ୍ଦୀ ଦିବସ
*କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରେ ନିଆରା ଢଙ୍ଗରେ ପାଳନ କରାଗଲା ହିନ୍ଦୀ ଦିବସ* କେ.ଏମ୍.ଭାଲିଆସାହି(ଆରା. ଉଦୟଗିରି): ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ୍. ଭାଲିଆସାହିଠାରେ ହିନ୍ଦୀ ଦିବସ…
ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ ।
ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ । ଆର,ଉଦୟଗିରି(ମନୋଜ କୁମାର ପାଢୀ) –…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ…