ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ…
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ପାଡାଙ୍ଗୀ ପଞ୍ଚାୟତ ନିକଟସ୍ଥ ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ ରେ ଟିକାବାଲି ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ ମୁଖ୍ୟ ଅତିଥି ରୂପେ ଆସନ ଅଳଙ୍କୃତ କରିଥିଲେ l ଏହି ବୈଠକ ରେ ପ୍ରଥମେ ସମସ୍ତ ଅତିଥି ଙ୍କୁ ବିଦ୍ୟାଳୟ ର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସୁମଧୁର କଣ୍ଠ ରେ ସ୍ୱାଗତ ସଂଗୀତ ଗାନ କରାଯାଇ ସ୍ୱାଗତ କରାଯାଇଥିଲା l ଏହାପରେ ଧୂପ, ଦୀପ ପ୍ରଜ୍ବଳନ କରି ପ୍ରାର୍ଥନା କରାଯାଇଥିଲା l ଏଥିସହ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ ସହ ବିଦ୍ୟାଳୟ ପରିଦର୍ଶନ ର କାର୍ଯ୍ୟ କରି ବିଦ୍ୟାଳୟ ବିଷୟରେ ଆଲୋଚନା କରାଯାଇଥିଲା l ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ ଯୋଜନା, ଶ୍ରେଣୀ ପରିଚାଳନା ସମୟରେ ସୁବିଧା ଓ ଅସୁବିଧା, ମାନନୀର୍ଧାରଣ ଟ୍ରାକର ରେଜିଷ୍ଟ୍ରର ଆଲୋଚନା, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି ଓ କ୍ୟାରିୟର ମାର୍ଗଦର୍ଶନ ୱେବ୍ସାଇଟ ବିଷୟରେ ଆଲୋଚନା କରାଯାଇଥିଲା l ଏଥିରେ ଉଭୟ କଟିମାହା ଓ ଗୁଡରିପୋଡ଼ି କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ବହୁତ ସୁନ୍ଦର ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜପତି ମଲିକ ଓ ସହକାରୀ ଶିକ୍ଷକ ହେମନ୍ତ ପ୍ରଧାନ ପରିଚାଳନା କରିଥିଲେ l ଏଥିସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ l ବିଦ୍ୟାଳୟ ର ଏହିପରି ଉତ୍ତମ ପରିଚାଳନା ପାଇଁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିସହ ଗୁଡ୍ରିପଡ଼ି ର ନୂତନ ଭାବେ ସି ଆର ସି ସି ଦାୟିତ୍ୱ ନେବାକୁ ଥିବା ଶିକ୍ଷକ ଶ୍ରୀଯୁକ୍ତ ଲାଲମୋହନ କହଁର ଙ୍କୁ ପୁଷ୍ପାଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ବହୁତ ସୁନ୍ଦର ଭାବେ ସ୍ୱାଗତ କାର୍ଯ୍ୟକ୍ରମ କରାଯାଇଥିଲା l