ରାମନାଗୁଡା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ରାୟଗଡ଼ : ରାୟଗଡା ଜିଲ୍ଲା ରାମନାଗୁଡାକୁ ବସ ଷ୍ଟାଣ୍ଡ କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗର, ପାର୍ବତୀପୁର ଠାରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ପର୍ଯ୍ୟନ୍ତ ଆସୁଥିବା ଏପିଏସଆରଟିଏସ ବସ କୁ ରାମନାଗୁଡା ବ୍ଲକ ସଦର ମହକୁମା ପର୍ଯ୍ୟନ୍ତ ସମ୍ପ୍ରସାରଣ ନିମନ୍ତେ ଓଡ଼ିଶା ସରକାରଙ୍କ ମାନ୍ୟବର ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଙ୍କୁ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଶ୍ରୀରାମ ଲାଲାଙ୍କ ଏକ ବର୍ଷ ଫୁର୍ତ୍ତି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ମନ୍ତ୍ରୀ ଶ୍ରୀ ଜେନା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ସୂଚନାଯୋଗ୍ୟ ଯେ ଏହି ଅଂଚଳର ଲୋକମାନେ ବ୍ୟବସାୟ ସମେତ ଚିକିତ୍ସା ନିମନ୍ତେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣା, ବିଜୟନଗର, ଶ୍ରୀକାକୁଲମ ସ୍ଥିତ ମେଡ଼ିକାଲ ଉପରେ ନିର୍ଭର କରନ୍ତି ଯଦ୍ୱାରା ଆନ୍ଧ୍ରପ୍ରଦେଶ ର ସରକାରୀ ବସ ଯଦି ରାୟଗଡା ଜିଲ୍ଲା ରାମନାଗୁଡା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥାନ୍ତା ତାହାହେଲେ ବ୍ଲକ ର ବହୁ ଲୋକ ଉପକୃତ ହୋଇ ପାରନ୍ତେ ବୋଲି ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ଦୀର୍ଘ ପନ୍ଦର ବର୍ଷ ତଳେ ରାୟଗଡା ଜିଲ୍ଲା ରାମନାଗୁଡା ସଦର ମହକୁମା ପର୍ଯ୍ୟନ୍ତ ଏକ ଆନ୍ଧ୍ର ସରକାରୀ ବସ ଚାଲୁଥିଲା ଯାହାଦ୍ୱାରା ଉଭୟ ଆନ୍ଧ୍ର ଓଡ଼ିଶା ସୀମାନ୍ତ ବାସୀ ଉପକୃତ ହେଉଥିଲେ ।ବର୍ତ୍ତମାନ କିଛି ବର୍ଷ ହେବ ଉଭୟ ଅଞ୍ଚଳବାସୀ ଏହି ସୁବିଧା ରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ଉଭୟ ସୀମାନ୍ତ ବାସୀ ବହୁ ସମ୍ମୁଖୀନ ହେଉଛନ୍ତି।ଏହି ଦାବି କୁ ନେଇ ରାମନାଗୁଡାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାନ୍ୟବର ପରିବହନ ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଏହି ଦାବିପତ୍ର ପ୍ରଦାନ ସମୟରେଶ୍ରୀନିବାସ ପଣ୍ଡା, ଆଶିଷ କୁମାର ବେହେରା,ସଂଜୀବ କୁମାର ଦାଶ, ପ୍ରତାପ ହୁଈକା, ଭି, ରାଜେଶ,ସୁଧୀର ମିଶାଲ ପ୍ରମୁଖଙ୍କ ସମେତ ସମସ୍ତ ଜୁବ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ