ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷଙ୍କ ଦ୍ଵାରା କୀଟନାଶକ ଔଷଧ ଉପଚାରିତ ମଶାରୀ ବଣ୍ଟନ ଉଦ୍ ଘାଟିତ
ରାୟଗଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବଡ଼ କୁଜେନ୍ଦ୍ରୀ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଔଷଧ ଉପଚାରିତ ମଶାରୀର ଉଦ୍ ଘାଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଆଶା କର୍ମୀ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବିପିଏମ କମଳାକର ରାଓ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ଉକ୍ର କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ,ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର, ଉକାମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ସିଦ୍ଧାର୍ଥ ମଲ୍ଲିକ,କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବରଙ୍କ ସମେତ ଏସଟିଏସ, ସ୍ୱାସ୍ଥ୍ୟ ସୁପରଭାଇଜର ହରିହର ହାଲୁଆ, ଭିବିଡିଟିଏସ ଅଶୋକ କୁମାର ମିଶ୍ର, ସ୍ୱାସ୍ଥ୍ୟ କର୍ମୀ, କୁଜେନ୍ଦ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଲିପ୍ସା କବାଟ,ଆଶା କର୍ମୀ ଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ବ୍ଲକ ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ ମଶାରୀ ବହୁଳ ମାତ୍ରାରେ ବ୍ୟବହାର କରିବା ସହ ଏହି କୀଟନାଶକ ଔଷଧ ଉପଚାରିତ ମଶାରୀ କୁ ବ୍ୟବହାର କରି କିପରି ମ୍ୟାଲେରିଆ କୁ ଆମ ଅଞ୍ଚଳ ରୁ ଦୂର କରିବା ସେ ସମ୍ପର୍କରେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଲୋକ ମାନଙ୍କୁ ବୁଝାଇଥିଲେ।ସେହିପରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ମଧ୍ୟ ମଶାରୀ ର ଉପଯୁକ୍ତ ଯତ୍ନ ନେବା ସହିତ ପ୍ରତ୍ୟେକ ଦିନ ବ୍ୟବହାର କରିବା ଦିଗରେ ଗୁରୁତ୍ୱ ଦେବା ପାଇଁ କହିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଭିବିଡିଟିଏସ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବିପିଏମ କମଳାକର ରାଓ ପରିଚାଳନା କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ