ରାମଗିରି ବ୍ଳକ ଗଠନ ଲାଗି ତୃତୀୟ ଆଲୋଚନା ବୈଠକ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକରୁ ବାହାରି ରାମଗିରି ଠାରେ ନୂତନ ବ୍ଳକ ଗଠନ ଲାଗି ଜୋରରେ ଲାଗି ପଡିଛନ୍ତି ଆର,,ଉଦୟଗିରି ବ୍ଳକର ୯ଗୋଟି ପଞ୍ଚାୟତ ବାସୀ। ତେଣୁ ସମସ୍ତ ପ୍ରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାମଗିରି ସ୍ଥତି କୁରେଇଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ । ହୋଇଯାଇଛି ଏକ ଆଲୋଚନା ବୈଠକ । ବ୍ଳକ ଗଠନ ଲାଗି ଆଞ୍ଚଳିକ କମିଟିର ସଭାପତି ତାରିଣୀ ଚରଣ ଗୌଡ, ସମ୍ପାଦକ ପ୍ରସନ୍ନ ଦଳେଇ, ଯୁଗ୍ମ ସମ୍ପାଦକ ରଘୁନାଥ ବଡମୁଣ୍ଡି, କୋଷଧ୍ୟକ୍ଷ ଗୋପାଳ କୃଷ୍ଣ ଦଳେଇ ଓ ଅନ୍ୟାନ୍ୟ ସଦସ୍ୟ ତଥା ଅଞ୍ଚଳର, ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡସଭ୍ୟ ଓ ୧୦୦ ରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଏକ ଆଲୋଚନା ହୋଇଯାଇଛି । ବ୍ଳକ ଗଠନ ଲାଗି ନିଷ୍ପତି ନେବା ଦିନଠୁ ଆଜିଯାଏ ଅଞ୍ଚଳର ବୃଦ୍ଧିଜୀବୀ ଓ ଜନ ପ୍ରତିନିଧିଙ୍କ ମନରେ କେବକ ନୂତନ ବ୍ଳକ ଗଠନକୁ ନେଇ ଯଥେଷ୍ଠ ଉତ୍ସାହ ଦେଖାଦେଇଥିବା ବେଳେ ସରକାରୀ ସୁପାରିଶକୁ ଅଞ୍ଚଳବାସୀ ନୂତନ ବ୍ଳକ ଲାଗି ଆଶାୟୀ ରହିଥିବା ବେଳେ, ଦେଖିବାକୁ ବାକି ରହିଲା ସରକାର କେବେ କାହାର ମନସ୍କାମନା ପୂର୍ଣ କରିବେ ।
Related Posts

କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ।
କୋରାପୁଟ: କୋରାପୁଟ ସହରର ଭୂତଳଜଳ ପାନୀୟ ଅନୁପଯୋଗୀ। ଏହାର ପିଏଚସ୍ତର, କ୍ୟାଲସିୟମ, ମ୍ୟାଗନେସିୟମ, କ୍ଲୋରାଇଡ୍, ନାଇଟ୍ରେଟ୍, ଶିଶା ଓ ଫ୍ଲୋରାଇଡ୍ ମାତ୍ରା ଠିକ୍ ନାହିଁ। ରାଜ୍ୟ ପ୍ରଦୂଷଣ…

ଲୋକ ସେବା ଭବନ ଆଗରୁ ଦଲାଲ ଗିରଫ
ଲୋକ ସେବା ଭବନ ଆଗରୁ ଦଲାଲ ଗିରଫ ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସେବା ଭବନ ଆଗରୁ ଜଣେ ଦଲାଲ ଗିରଫ ହୋଇଥିବା ଜଣାପଡ଼ିଛି।ଦଲାଲ ବ୍ୟାସ ଦେବ ରଣାଙ୍କୁ…

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳନ ରାୟଗଡା : ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା…