ରାମଗିରି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବିଶାଳ ସାଇକେଲ ରାଲି ଆର,ଉଦୟଗିରି(ମନୋଜ କୁମାର ପାଢୀ/ ତା 05/10/24 ରିଖ ଶନିବାର ଦିନ ରାମଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ପିୟୁଷ ପ୍ରତୀକ ପଟନାୟକଙ୍କ ନେତୃତ୍ୱରେ ମହେନ୍ଦ୍ରଗଡ଼ ଠାରୁ ତୁବୁରୁବା ଦୀର୍ଘ 7 କିମି ରାସ୍ତାରେ 70 ତମ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ବିଶାଳ ସାଇକେଲ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି | ସକାଳ 8 ଘଣ୍ଟା ସମୟରେ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଓ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ | ଏହି ସାଇକେଲ ରାଲିରେ ନିଜେ ବନାଞ୍ଚଳ ଅଧିକାରୀ ଶ୍ରୀ ପଟନାୟକ, ଫରେଷ୍ଟର ଶ୍ରୀ ସୁଧାକର କଣ୍ଡାଳୁ, ଶ୍ରୀ ବିଭୀଷଣ ଭୂୟାଁ, ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଅଧସ୍ତନ କର୍ମଚାରୀ ଓ କାର୍ତ୍ତିକ ଗମାଙ୍ଗ ଉଚ୍ଚବିଦ୍ୟାଳୟର ପ୍ରାୟ 20 ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ | ଏହି ରାଲି ସକାଳ 8ଟା ରେ ମହେନ୍ଦ୍ରଗଡ଼ ବଜାର ପରିକ୍ରମା ପରେ ଖମାରିସାହି, ନୂଆଗାଁ ଓ ପରେ ତୁବୁରୁବା ଠାରେ ପହଂଚି ଥିଲେ | ପ୍ରତ୍ୟେକ ଗାଁ ରେ ରହି ଲୋକମାନଙ୍କୁ ବନ୍ୟ ପ୍ରାଣୀଙ୍କ ର ସୁରକ୍ଷା ଦିଗ ଉପରେ ସଚେତନତା ସୃଷ୍ଟି କରୁଥିଲେ |ତୁବୁରୁବା ଠାରେ ସମସ୍ତଙ୍କ ପାଇଁ ଜଳପ|ନ ବ୍ୟବସ୍ଥା କରାଯାଇଥିଲା |ଏ ଭଳି ସଚେତନତା କାର୍ଯ୍ୟକ୍ରମ ପାଇଁ ଜଙ୍ଗଲ ବିଭାଗୀୟ କର୍ମଚାରୀ ମାନଙ୍କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ |
Related Posts

ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି
ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି ଭୁବନେଶ୍ବର : ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ…

ଗଜପତି ଜିଲ୍ଲାରେ ବସବାସ କରୁଥିବା ଅନୁପ୍ରବେଶ କାରୀ ମାନଙ୍କୁ ଜିଲ୍ଲାରୁ ବିତାଡିତ କରିବା ପାଇଁ ଭିଏଚପି: ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ।
ବାଂଲାଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ ଓ ଅତ୍ୟାଚାର ତଥା ଗଜପତି ଜିଲ୍ଲାରେ ବସବାସ କରୁଥିବା ଅନୁପ୍ରବେଶ କାରୀ ମାନଙ୍କୁ ଜିଲ୍ଲାରୁ ବିତାଡିତ କରିବା ପାଇଁ ଭିଏଚପି: ଓ ବଜରଙ୍ଗ…

କଟକ ସହରରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ଓଡ଼ିଶା ହାଇକୋର୍ଟ
କଟକ ସହରରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ଓଡ଼ିଶା ହାଇକୋର୍ଟ କଟକ: କଟକ ସହରରେ ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ଓଡ଼ିଶା…